ଗୋଲାପସୁନ୍ଦରୀ ଆଗୋ ......
ଗୋଲାପସୁନ୍ଦରୀ ଆଗୋ ......
କୃଷ୍ଣଚୂଡ଼ା ରଙ୍ଗେ
ତୁମେ ରଙ୍ଗାଧରୀ
ଦୀପକ ରାଗିଣୀ ତୋଳୁଛ
ଜଳି ମୁଁ ଯାଉଛି
ତିଳ ତିଳ ହୋଇ
ତମେ ସତେ କି ସୁଖ ପାଉଛ?
ନାରୀ ମନ ଏକ
ଗହନ ବନାନୀ
ଅନ୍ଧାର ସେଇଠି ବହନ୍ତା ନଈ
ଆଜି ମୁଁ ଖୋଜୁଛି
ନିଜକୁ ସେଇଠି
ଯେଉଁଠି ନିଜକୁ ଦେଇଛି ହଜାଇ
ଏତେ ରଙ୍ଗର
ଫଗୁଣ ବର୍ଷାରେ
ଲିଭେନା ତମେ ଜାଳିଥିବା ନିଆଁ
ଦିଅନାହିଁ ଜମା
ସେ ନାଲି ଗୋଲାପ
ଯଦି ଭଲ ପାଅ ମୋତେ ପ୍ରିୟା ।