STORYMIRROR

Prasanta Kumar Behera

Romance Classics Fantasy

3  

Prasanta Kumar Behera

Romance Classics Fantasy

ଦୀପାବଳି

ଦୀପାବଳି

1 min
181


ଆଜି ଦୀପାବଳି 

ଆଲୋକ ଉତ୍ସବ

ଉଲ୍ଲାସ କୁହୁକ ରାତି,


ଦୀପାଳି ଜାଳୁଛି

ତମ ପାଇଁ ପ୍ରିୟ

ପରାଣେ ସଳିତା ପ୍ରୀତି l


ଅଲୋକ ଲଗନେ

ମନାଉଛି ବଂଧୁ

ତମ ସୋହାଗ ଆଲୋକ ଝରୁ,


ଚିର ଅଂଧକାର

ଅନ୍ତରେ ମୋର

ସହସ୍ର ଦୀପାଳି ଜଳୁ l


ତମ ବକ୍ଷଲଗ୍ନା

ଝୁରା ଅଳସ ମାଦକେ

ଉଠେ ମୁଁ ମାତି,


ଆଜି ଦୀପାବଳି 

ଆଲୋକ ଉତ୍ସବ

ଉଲ୍ଲାସ କୁହୁକ ରାତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance