Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Fantasy

4  

Prasanta Kumar Behera

Romance Fantasy

ପବିତ୍ର କାମନା

ପବିତ୍ର କାମନା

1 min
424



ତମ ପାଇଁ ମୋର 

ସ୍ନେହର ପସରା

ସେଥିରେ ଶ୍ରଦ୍ଧାର 

ଫୁଲ କୋମଳ 


ତମ ଆବାହନେ 

ବାଢି ଦେଇଥିଲି

ମୋ ହୃଦ ସାହାନାଇ 

ସୁର ଗାନ୍ଧାର l


ଜାଣିଥିଲି ତମେ 

ଅନ୍ୟ ଅଗଣାରେ

ଜାଳୁଅଛ ସନ୍ଧ୍ୟାର 

ପବିତ୍ର ଦୀପ


ପ୍ରାର୍ଥନା କରୁଛି 

ପ୍ରେମ ପ୍ରଦୀପରେ

ଝଳୁଥାଉ ତମ 

ଅପାସୋରା ରୂପ l


ଚାହିଁବିନି କେବେ 

ରଚିବାକୁ ଜମା 

ତମ ମନ ଆକାଶରେ 

ନୀଡ଼ଟିଏ


କିନ୍ତୁ ଲୋଡୁଥିବି ମୁଁ 

ବଞ୍ଚିଥିବାଯାଏ

ତମ ସ୍ନେହର ପବିତ୍ର 

ପରଶ ଟିଏ l


କାମନାରେ ମୋର

ନାହିଁ ଆବିଳତା

ନାହିଁ ଦେହ 

ଦହନର ନିଆଁ


କେବଳ ରହିଛି 

ସେଥିରେ

ଦରଦ ମନର 

ବାସନ୍ତୀ ବାଆ.......


Rate this content
Log in

Similar oriya poem from Romance