Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ତମ ପାଇଁ

ତମ ପାଇଁ

1 min
81



ଗଡି ଗଡ଼ି ସିନା 

ବୟସ ଚାଲଇ

ଗଡ଼ିଯାଏନା ଆମ ଜୀବନର

ମଧୁମାସ ମଧୁ ବସନ୍ତ


ପ୍ରତିଟି ଦିବସ 

ରଜନୀ ଆମର

ସତେକି ଅନ୍ତରେ ଗାଉଛି 

ପ୍ରୀତି ମହ୍ଲାର ଗୀତ l


ଆସିଥିଲ ଯେବେ 

ମୋ ହୃଦ କାନନକୁ

ବିଞ୍ଚି ଦେଇଥିଲ 

ପ୍ରୀତି ଅନୁରାଗ ମଧୁ ବାସନା


ସେଦିନୁ ଖେଳଇ 

ମୋ ଜୀବନରେ

ପ୍ରେମର ସୁରଭି 

ନନ୍ଦନ ବନ ମଧୁ ସୁଷମା l


ତମେ ସନ୍ଧ୍ୟା  

ମୋର ପ୍ରଭାତୀ ତାରା

ତମେ ଗୋଧୂଳି ପୁଲକ

ତମେ ଉଷାର ଭୈରବୀ ରାଗ


ଆଜି ଏଇ 

ପବିତ୍ର ଲଗନେ

ମୁଁ ତମ ପାଇଁ ବାଢ଼େ ଏହି ଗୀତ

ଛନ୍ଦ ଯାର କୃଷ୍ଣଚୂଡ଼ା ଅନୁରାଗ .......।



Rate this content
Log in

Similar oriya poem from Romance