STORYMIRROR

Sanjya Tripathy

Romance

3  

Sanjya Tripathy

Romance

ରଶ୍ମୀତୁମ କାକକୃଷ୍ଣ କବରୀ

ରଶ୍ମୀତୁମ କାକକୃଷ୍ଣ କବରୀ

1 min
166


ରଶ୍ମୀ

ତୁମ କାକକୃଷ୍ଣ କବରୀର ଶର୍ବରୀ ମାୟାରେ ମୁଁ ହତଚକିତ

ତୁମର ବୀଣାକିଣା ସ୍ଵରଶଂକାରରେ ମୁଁ ଆହ୍ଲାଦିତ

ତୁମ ରାଜହଂସୀ ଚାଲି ଓ ସାଧବବୋହୂର ସ୍ଵପ୍ନରେ ମୁଁ ମସ୍‌ଗୁଲ

ତୁମେ ବୟସର ବାସବଦତା ସ୍ଵପ୍ନାଦର୍ଶୀ ଡାହୁକ

ତୁମ ଅଧରରେ ରକ୍ତକରବୀ ଓ କୃଷ୍ଣଚୂଡାର ମାୟା

ତୁମ ବକ୍ଷରେ ଝରା ଶେଫାଳୀର ମୃଣ୍ମୟୀ ମାୟା

ବିଚିତ୍ରବର୍ଣ୍ଣା ଅପରୂପା ତୁମେ ଅନଂଦ୍ୟ ରୂପସୀ

ଝଲକେଇ ଦେଇ ଖଡମଂଡଳ

ପୂର୍ଣ୍ଣମୀର ଚଂଦ୍ର ବି ନିଷ୍ପଭ ହୋଇଯାଏ

ମୋର ରୋମ ଟାଂକୁରି ଉଠେ ତୁମ ସାନ୍ନିଧର କଳ୍ପନାରେ

ତୁମ ମୁଖମଂଡଳରେ ପରିପୂର୍ଣତାର ଏକ ନୂତନ ଆଭା

ବାଳସୂର୍ଯ୍ୟକର ପ୍ରଥମ ସ୍ପର୍ଶରେ ତୁମେ ରୋମାଂଚିତ

ବିଦାୟୀ ସୂର୍ଯ୍ୟକୁ ଆଞ୍ଜୁଳାଏ ପାଣି ଭରି ଦେଇ

ତୁମେ ତୟାର ହୁଅ ରାତ୍ରିର ଅଭିସାର ପାଇଁ

ଅପ୍ରମେୟ ନୀଳତୃଷ୍ଣାର ନିବାରଣ ପାଇଁ

ସେ ବିଷ୍ଣବିମୋହିନୀ ରୂପର ଜ୍ୱାଳାରେ

କରୋନା ଅଚିରେ ଲୁପ୍ତ ହେବ ବିଶ୍ୱଭୂଖ୍ଯଡରୁ

ସଂସ୍ପର୍ଶରୁ ସଂକ୍ରମଣ ପରିବର୍ତ୍ତେ ପରିମୋଚନ

ପାଇବେ ଏ କ୍ଷୁଧ୍ତ ଜହର ଗ୍ରସ୍ତ ଅପର୍ଯ୍ୟାପ୍ତ ମଣିଷ

ଏବଂ ସରଳ, ସୁଂଦର, ସାବଲୀଳ ଭାବ ଟିଏ

ସୃଷ୍ଟି ହେବ ଏ ବର୍ଷାକ୍ତ କବିତାରେ ।



Rate this content
Log in

Similar oriya poem from Romance