STORYMIRROR

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ମୋକ୍ଷଦା

ମୋକ୍ଷଦା

1 min
154


ତମେ ନ କହିଲେ 

ମୁଁ ପିନ୍ଧିବିନି ପାଟ

ନାଚିବିନି ଜହ୍ନ ରାତିରେ


ତମେ ନ ଚାହିଁଲେ 

ଗାଇବିନି ଗୀତ

ଜଳିବିନି ପ୍ରେମ ନିଆଁରେ l


ଯେବେ କହିବ 

ତମେ ଚାହଁ ତାହା

ଯେଉଁଥିରେ ମୋର ସୁଖ 


ସେବେ ତୁଟାଇ 

ବନ୍ଧନ ସକଳ

ଖୋଜିବି ମୋର ମୋକ୍ଷ l


ତମେ ଜାଣିଅଛ 

ଏ ଜୀବନରେ

ଅଛି ଯେଉଁ ମରୁଦ୍ୟାନ


ସେଇଠି ଫୁଟିଛି 

ସ୍ୱର୍ଗ ପାରିଜାତ

ସେ ସୁମନ ତମେ ଜାଣ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance