ଆଗୋ ମଦାଳସା, ଶୁଣୁଛତ !
ଆଗୋ ମଦାଳସା, ଶୁଣୁଛତ !
ଆଗୋ ମଦାଳସା,
କଣ କିଛି କହୁଛକି?
ଅଧା ମୁକୁଳିତ ଓଠରୁ ତମର
କିଛି ମଧୁ ଝର ଝରାଇବକି ?
ଆଗୋ ମଦାଳସା,
ତମ ମୃଣାଳ ବାହୁ ଚାହୁଁଛିକି ?
ଭିଡି ଧରିବାକୁ ଶ୍ୟାମନାଗରକୁ
ଦୂରେ ଯିଏ ଘୁଞ୍ଚି ଯାଉଛିକି ?
ଆଗୋ ମଦାଳସା,
କାହାକୁ ଖୋଜୁଛ କହିବକି ?
ତମ କଳା ଆଖି ତୁଠରେ କା' ର
କଳା ରୂପଶୀରି ଖେଳୁଛିକି ?
ଆଗୋ ମଦାଳସା,
ତମ ଦେହ ଦେଉଳର ହଳଦୀ ବସନେ
କାହାର ଠିକଣା ଲୁଚାଇଛକି ?
ନା, ମୁଁ ଦେଖୁଛି ଲେଖା ଅଛି ତହିଁ
ମୋ ନାଁ, ମୋ ଗାଁ, ମୋ ପ୍ରେମ କାହାଣୀ
ଆଗୋ ମଦାଳସା, ପଢିବ. ।

