STORYMIRROR

Rojalin Mishra

Romance

4  

Rojalin Mishra

Romance

ରଜ ପାର୍ବଣ

ରଜ ପାର୍ବଣ

1 min
24.1K


ସଜ କୁଆଁରୀ ତୁ ନିଦ ଅଳସୀଲୋ

ଗେହ୍ଲେଇ ଫୁଲେଇ ଝିଅ,

କଥା ତୋର ମିିିଠା ମହୁଲୋ ମାନସୀ

ଭାରି ଭଲ ଲାଗେ

ଅନୁରାଗବୋଳା ତୋ ଖିଲିଖିଲି ହସର ସୁୁୁଅ।।

ଲକଡ଼।ଉନ୍ ଭିତରେ ବି ଆନନ୍ଦ ଲହରୀ

ଯହିଁ ମନ ଯାଏ ରଜ ପାର୍ବଣରେ ମିିିିଶି,

ଦୋଳି ଖେଳ,ନୂଆ ପୋଷାକ,ପିିିଠାର ମହକ ସାଥେ

ମୃଦୁ ମନ୍ଦ ସଂଗୀତ ବିଞ୍ଚେ

ମନେ ଅସୁୁୁମାରି ଖୁସି।।

କଢ଼ି ଫୁଲ ଯେବେ ଫୁୁୁଟି ଉଠି ବାସେ

ତା ସୁୁୁବାସ ଦିଏ ଏକ ଅନନୂୂଭୁତ ଅମୃତ ଭାବ

କୁଆଁରୀ ବୟସେ ଯୌବନର ଛିଟା

ମନରେ ଜଳାଏ କ୍ରାନ୍ତିକାରୀ ଆଲୁୁଅ।।

ପର୍ବ ପର୍ବ।ଣୀ ଯେ

କୋଟି ଦେବ ଦେବୀଙ୍କ

ଅବାରିିତ ଆର୍ଶୀବାଦର ରୂପକଳ୍ପ,

ଯହିଁ ଅବଚେତନ ସଞ୍ଚିତ ସ୍ମୃୃୃତି

ଦିବ୍ୟ ଚିତ୍ତରେ ଲେଖିବସେ

ଏକ ସାତ୍ତ୍ୱିକ ପବିତ୍ର ଗଳ୍ପ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance