STORYMIRROR

Gunanidhi Samal

Romance

4  

Gunanidhi Samal

Romance

ଜହ୍ନ ମୋତେ ଦେଖି....

ଜହ୍ନ ମୋତେ ଦେଖି....

1 min
26

ଜହ୍ନ ମୋତେ ଦେଖି ମୁରୁକି ହସୁଛି

କାହିଁକି କେଜାଣି ଆଜି

କେମିତି କହିବି ଜୋଛନାରେ ତାର

ଗୋଟାପଣେ ଗଲି ଭିଜି ,

ଦେଖିଥିଲି ଯେବେ ଆକାଶ ଛାତିରେ

ଚୁନାଚୁନା ତାରା ମେଳେ

ଚାହୁଁଥିଲା ମୋତେ କଣେଇ କଣେଇ

ବଉଦ ଉହାଡ଼ ତଳେ,

ସେହିଦିନ ଠାରୁ ଚାହିଁଛି ତା ପଥ

ପାଗଳ ପ୍ରେମିକ ସାଜି....

ଜହ୍ନ ମୋତେ ଦେଖି..............।

କିଏ ସେ କହୁଛି ଅଲାଜୁକି ଜହ୍ନ

ପ୍ରେମରେ ଯାଇଛି ହଜି

ତା ଦେହରେ ଦେଖ କେମିତି ଦିଶୁଛି

କଳଙ୍କ କାଳିମା ଆଜି,

ରୂପାଥାଳି ପରି ମୁହଁଟି ତାହାର

ଚମ୍ପାଫୁଲ ପରି ଦେହ

ଏମିତି ସୁନ୍ଦରୀ ଦୁନିଆଁ ରେ ଆଉ

ଦେଖିଛ କି କେହି କୁହ,

କେମିତି କହିବି କେତେ କଷ୍ଟ କରି

ପାଇଛି ମୁଁ"ତାକୁ ଖୋଜି....

ଜହ୍ନ ମୋତେ ଦେଖି............।


Rate this content
Log in

Similar oriya poem from Romance