STORYMIRROR

PUSPALATA SAHOO

Romance

4  

PUSPALATA SAHOO

Romance

ସ୍ବପ୍ନ

ସ୍ବପ୍ନ

1 min
23.4K

ସ୍ୱପ୍ନ ରାଇଜରେ ଘର କରିଥିଲେ 

କାଶ ପୃଥିବୀ ସାକ୍ଷୀ 

ଏକାଠି ରହିବା ଜୀବନଟା ସାରା 

କଥା ଦେଲ ହାତ ରଖି ।।

ସ୍ବପ୍ନ ଦେଖେଇଲ ପଞ୍ଜୁରୀ ବି ଦେଲ 

ବାନ୍ଧି ହେଲି ତୁମ ପ୍ରେମେ 

ଉଡିବା ଛାଡି ମୁଁ ପୋଷା ମାନିଗଲି 

ଗହନ ପ୍ରେମର ବନେ ।।

ଅଧର ରୁ ତୁମ ଶୋଷି ନେଇ ମଧୁ 

ତୁମ ସାଥେ ହେଲି ବାଇ 

ନିଜକୁ ହଜାଇ ତୁମରି ସ୍ୱପ୍ନରେ 

ବାଟ ବଣା ଗଲି ହୋଇ ।।

ତୁମେ ଚାଲି ଗଲ ତୁମରି ବାଟରେ 

ରହିଛି ତୁମରି ସ୍ମୃତି 

ତୁମ ସେ ସ୍ମୃତିକୁ ପାଥେୟ କରି ମୁଁ 

ଜୀବନ କାଟୁଛି ନିତି ।।

ଜୀବନ ପଥରେ ଅମଡ଼ା ବାଟରେ 

ଥକି ପଡିଲିଣି ଚାଲି 

ଜୀବନଟା ଖାଲି କଣ୍ଟକିତ ପଥ 

ପାଦ ତଳେ ଚୋରାବାଲି ।।

ଖସି ଖସି ଯାଏ ପାଦ ତଳ ବାଲି 

ପଶି ପଶି ଯାଏ ପାଦ 

ଅନ୍ଧକାର ମୟ ଅତୀତ ସମୟ 

ଚାଖିଲି ଜୀବନ ସ୍ବାଦ।।

ରାତି ଆସିଗଲେ ମନେ ପଡ ତୁମେ 

ସାଉଁଟେ ତୁମରି ସ୍ମୃତି 

ସପନରେ ଆସି ଧରା ଦିଅ ନାହିଁ 

ଚାଲି ଯାଅ ବାଟ କାଟି ।।

ସପନପରୀ ମୋ ସପନ ଶଯ୍ୟାରେ 

ସାଜିବ ଅଳକା ନନ୍ଦା 

ତୁମେ ମୋ ସ୍ବପ୍ନର ସୁନେଲି ସନ୍ଧ୍ୟା ରେ 

ପୁଷ୍ପିତ ରଜନୀଗନ୍ଧା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance