STORYMIRROR

Shantanu Bhoi

Romance

4  

Shantanu Bhoi

Romance

ମନରେ ମନରେ ଜାଣିଛି ତୁମକୁ

ମନରେ ମନରେ ଜାଣିଛି ତୁମକୁ

1 min
23.7K

    ମନରେ ମନରେ ଜାଣିଛି ତୁମକୁ

ମନରେ ମନରେ ଜାଣିଛି ତୁମକୁ

ମନରେ ପ୍ରିୟା ମୋ କରିଛ ଘର

ତୁମ ଅଧରେ ଯେ ହସ ଟିକକ ଦେଖିଲି

ଝଲସି ଉଠିଲା ରାଇଜ ମୋର।

ତୁମ ଆଗମନେ ମନ ମୋର ଆଜି

ଉଡୁଛି ପ୍ରିୟା ଏ ନଭ ପ୍ରଦେଶେ

ତୁମ ପରଶ କି ସତେ ଲାଗେ ମିଠା ଛୁଆଁ

ଥିଲେ ପ୍ରିୟା ତୁମେ ମୋହରି ପାଶେ।

ମନରେ ମନରେ ଜାଣିଛି ତୁମକୁ

ଦେଇଛି ପ୍ରିୟା ମୁଁ ତୁମକୁ ମନ

ସାଜିବ କି ପ୍ରିୟା ସାଧବ ବୋହୂ

ତୁମେ କରିବ କି ଆଜି ମୋ ବୋଇତ ବନ୍ଦାଣ।

ମୁଁ ତୁମର ସେଇ ବେସୁରା ବଇଁଶୀ କୁ 

ତୁମେ ହେଲ ମୋର ସାତ ଟି ସୁର

କୋଇଲି ସୁର ବି ପଡ଼ିଯାଏ ଫିକା

ତୁମ ଆଗେ ଗୋ ସୁର ସଙ୍ଗିନୀ ମୋର।

ତୁମ ପରଶ ଗୋ ପ୍ରିୟା ଲାଗେ ମିଠା ଛୁଆଁ

ସତେ ଅବା ଲାଗେ କେଡେ ସୁନ୍ଦର

କି ରସ ଅଛି ସେ ପରଶ ରେ ପ୍ରିୟା

ମୋ ମନ ପ୍ରଜାପତି ଉଡ଼େ ମନ୍ଥର।

ମନରେ ମନରେ ଜାଣିଛି ତୁମକୁ

ପ୍ରିୟା ତୁମେ ମୋର ଅତି ନିଜର

ମନ କୁ କରେ ଯେ ବିଚଳିତ ମୋର

ପାଦେ ଯେ ଶୋଭିତ ତୁମ ପାଦ ପୟର।

ମନ ମୋର ଆଜି ଖୋଜୁଛି ତୁମକୁ

ଖୋଜୁଛି ଶବଦ ତୁମ ପଦ ପୟର

ମନ କି ଦେବ ପ୍ରିୟା ମୋତେ ଯେ ତୁମେ

ମନ ମଇନା ତୁମେ ଅଟ ମୋହର।

କେମିତି ପ୍ରିୟା ମୁଁ ଭୁଲିବି ତୁମକୁ

କେମିତି ଭୁଲିବି ସେ ଅତୀତ ପୃଷ୍ଠା କୁ

ଫେରି ପାଇବିନି ତୁମ ପାଦ ପଦୂଅଁ କୁ

ମନରେ ମନରେ ଜାଣିଛି ତୁମକୁ।                     


Rate this content
Log in

Similar oriya poem from Romance