STORYMIRROR

Shantanu Bhoi

Romance Fantasy

3  

Shantanu Bhoi

Romance Fantasy

ସ୍ଵୟମ୍ବର

ସ୍ଵୟମ୍ବର

1 min
116

ସତେ ଗୋ ପ୍ରିୟା କରିଛ କେତେ ଯେ ଶୃଙ୍ଗାର

ରଚିଛ ଯେ ତୁମେ ତୁମ ସ୍ଵୟମ୍ବର

ଜଳୁଛି ମୋ ହୃଦୟ ହୋଇ ସେ ଅଙ୍ଗାର।

ମଥାରେ ତୁମର ସ୍ୱର୍ଣ୍ଣ ମଥାମଣି

ଖୋଷାରେ ତ ମଲ୍ଲୀ ଫୁଲ

ନୟନେ ତୁମର ଅପୂର୍ବ କଜଳ

କର୍ଣ୍ଣରେ ସଜ୍ଜିତ ସେ ମଖମଲି କୁଣ୍ଡଳ।

ଗଳାରେ ତୁମର ସୁନା ହାର ଆଜି

ଅଧରୁ ଝରୁଛି ମଧୁଜଳ

ମୁଖରେ ତୁମର ବିରଜିଛି ସୂର୍ଯ୍ୟ

ସତେ ଅବା ଦିଶେ ସୂର୍ଯ୍ୟମୁଖୀ ଫୁଲ।

ଲକ୍ଷ୍ମୀ ସ୍ୱରୂପା ତୁମେ ଅଟ ଯେ ମୋହିନୀ

ଧାରଣ କରିଛ ଲଳିତ ପାଟ ବସ୍ତ୍ର

ତୁମ କଟିଦେଶେ ଶୋଭା ପାଉଅଛି

ସେ ସ୍ୱର୍ଣ୍ଣ ଅଳକ ହାର।

ହସ୍ତରେ ତୁମର ସ୍ୱର୍ଣ୍ଣ ଚୁଡ଼ି ହାର

ପାଦେ ସ୍ୱର୍ଣ୍ଣ ମୁଦି ତୁମର

ଲଳିତ ଅଳତା ତୁମ ପାଦେ ଶୋଭାପାଏ

ସ୍ୱୟମ୍ବରେ ଆଜି ତୁମର।

କାହିଁ ମୋତେ କଲ ଆଜି ତୁମେ ପର

କି ଦୋଷ ରହିଲା ମୋହର

ତୁମେ ପରିତ୍ୟାଗ କଲ ମୋତେ ଆଜି

ରମ୍ଭା ମେନକା ଉର୍ବଶୀ ଅଟ ଯେ ମୋହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance