STORYMIRROR

Shantanu Bhoi

Tragedy Thriller

4  

Shantanu Bhoi

Tragedy Thriller

ଅମାବାସ୍ୟା ର ଚାନ୍ଦ

ଅମାବାସ୍ୟା ର ଚାନ୍ଦ

1 min
595

ସେଦିନ ଥିଲା ଅମାବାସ୍ୟା ରାତି

ବାହାରିଲି ମୁଁ ମୋ ପ୍ରିୟାକୁ ଖୋଜି

ଜାଣି ନ ଥିଲି ମୋ ଖୋଜିବାର ଅନ୍ତ କେଉଁଠି

ଏତିକି ଜାଣିଥିଲି ଅମାବାସ୍ୟା ରଜନୀ ଖଳନାୟକ ଆଜି।

ଶୁନଶାନ୍ ପଥ ରେ ପଥିକ ହୋଇ

ଏକ ଲଣ୍ଠନକୁ ସାଥୀ କରି

ଦୂର କରି ଚାଲିଥାଏ ସେଇ କରାଳ ରଜନୀକୁ

ପଛକୁ ଛାଡ଼ି ଯାଉଥାଏ ମୋ ପଦଚିହ୍ନକୁ।

ମନରେ ଥାଏ ଅନିଶ୍ଚିତ ଭୟ

ମୋ ଫୁଲ ରାଇଜର ପରୀ ପାଇଁ

ଅମାବାସ୍ୟା ର ସେ ତ ଚାନ୍ଦ

ମନ ରେ ପ୍ରଶ୍ନ ଥାଏ ସେ କେମିତି ଅସ୍ତ ଯାଇଛି ହୋଇ।

ଚରିଆଡୁ ଆସୁଥାଏ ଅଦିନିଆ ଚିତ୍କାର

କିନ୍ତୁ ଶୁଣିବାକୁ ଚାହେଁ ମୁଁ ଗୋଟିଏ ସ୍ୱର

କିନ୍ତୁ ଅମାବାସ୍ୟା ସେ ସ୍ବର କୁ ଦେଇଛି ରୁଦ୍ଧ କରି

ମୁଁ ଚାଲିଛି ମୋ ହୃଦୟରେ ପଥର ଧରି।

ମନରେ ପ୍ରଶ୍ନ ଉଠିଲା

କେମିତି ପାଇବି ମୋ ପ୍ରିୟାକୁ

ଅମାବାସ୍ୟା କାଇଁ ଲୁଚେଇଛି ମୋ ପ୍ରିୟାକୁ

ଭାବୁଛି ଫେରି ପାଇବି ତ ମୋ ରାତି ଜହ୍ନକୁ।

ଭୟଂକର ରାତି ବଢ଼ି ବଢ଼ି ଚାଲିଥାଏ

ମୋ ସ୍ପନ୍ଦନ ବି ବଢିବଢି ଚାଲିଥାଏ

ଚାଲିଥାଏ ଶୀତଳ ପବନ

ଅନ୍ଧାରକୁ ଭେଦ କରି ଚାଲିଥାଏ ମୋ ମନ।

ପାଦ ଥାପିଲି ଏକ ଘଞ୍ଚ ଅରଣ୍ୟ ରେ

ମାଟି ଖସିଗଲା ମୋ ପାଦ ତଳୁ

ଶିହରୀ ଉଠିଲା ଶରୀର

ଧଧକି ଉଠିଲା ସ୍ପନ୍ଦନ ମୋହର।

ଏକ ଆଶା ସଞ୍ଚାରିତ ହେଲା ମନେ

ମୋ ପ୍ରିୟା ସ୍ବର ଶୁଭିଲା ସେ ବନେ

ପାଦ ବଢାଇଲି ସେଇ ଘଞ୍ଚ ଅରଣ୍ୟରେ

ପାଇଲି ମୋ ପ୍ରିୟାକୁ

ଅମାବାସ୍ୟାର ସେଇ ଖୋଳପା ଭିତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy