STORYMIRROR

Puja Pradhan

Tragedy Inspirational

3  

Puja Pradhan

Tragedy Inspirational

କୃଷ୍ଣକୃଷ୍ଣ

କୃଷ୍ଣକୃଷ୍ଣ

1 min
150

ମହାଆଡ଼ମ୍ବର ଲାଗିଛି ଗୋପରେ

  ଚାରିଆଡେ ପଡେ ହୁରୀ

 ମା ଯଶୋଦାଙ୍କ କୋଳରେ ଖେଳନ୍ତି

  ମହାପ୍ରଭୁ ବଂଶୀ ଧାରୀ

 ନନ୍ଦରାଜା ମନ ଆନନ୍ଦିତ ଆଜି

   ଲାଗିଛି କେତେ ଗହଳି

 କୂଳଚନ୍ଦ୍ରମା କୁ କୋଳରେ ଖେଳାଇ

  କୋଟି ଜନ୍ମ ପାପ ହୁଏ ପାରୀ

 ଗୋପ ନାରୀଗଣ ଦେଖୁଥାନ୍ତି ସବୁ

  ଏକଠାବେ ରୁଣ୍ଡ ହୋଇ

 ଆ, ହା କଳାକାହ୍ନୁ ତୋ ହସରେ

   ଆମମନ ମୋହି ନେଲୁ ତୁହି

 ତୋ ଆଖିକୁ ଯେବେ ଚାହିଁଦେଲୁ ଆମେ

   କୋଟିଜନ୍ମ ପାପ ଗଲା ଦୂରେଇ

 ନିସ୍ତରିଲି ନିସ୍ତରିଲି ବୋଲି

    ଆତ୍ମା କହିଚାଲିଲା

  କିଭାବରେ କହ ବାନ୍ଧିଲୁରେ କାହ୍ନା

   ଛନ୍ଦିଲୁ କେଉଁ ଭାବରେ

  ତୋତେ ଛାଡିକହ ଯାଇହୁଏନାହିଁ

   କିଏ ତୋତେ ମୁରୁଛି ପାରେ

 ଡଉଲ ଡାଉଲ ଚେହେରା ଟି ତୋର

   ନାଲି ଟୁକୁଟୁକୁ ହସ

  ଶତ୍ରୁ ହେଲେ ତୋତେ ଦେଖି ଭୁଲିଯାଏ

    କି ସୁନ୍ଦର ତୋର ତେଜ

  ଦେବୀ ଯଶୋମତୀ ଭାରୀ ଭାଗ୍ୟବତୀ

     ତାଙ୍କପରୀ ହେବକିଏ

 ତୋ ମା ଡାକରେ ତୋ ମିଠା ହସରେ

    ସବୁକିଛି ଭୁଲି ଯାଏ

  ଗୋପପୁର ବାସୀ ଏକାଠି ନାଚନ୍ତି

     ନାଚୁଥାନ୍ତି ମନଭରୀ

   କୃଷ୍ଣ, କୃଷ୍ଣ ସଂଗୀତ ସ୍ୱରରେ

     ଗୋପପୁର ପଡେ ଉଛୁଳି ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy