STORYMIRROR

Debabrata Mishra

Tragedy

3  

Debabrata Mishra

Tragedy

ଜରଜ ଜୀବନ

ଜରଜ ଜୀବନ

1 min
124

ଚିନ୍ତାର ବନ୍ଦୁକ ଭାବନାର ଗୁଳି ଧରି

ଅହରହ ଏ ମନକୁ କରୁଛି ନିକ୍ଷେପ

ବିବେକ ଡ଼ାକ୍ତର ସାଜି ବାରବାର କରେ

ଯନ୍ତ୍ରଣାସିକ୍ତ ଅସ୍ତ୍ରୋପଚାରର ଆଳାପ  


ଛାତି ଭିତରଟା ଥରହର ଭିନ୍ନ ଚେତନାରେ

କ୍ଷଣକ୍ଷଣ ନିରୋଳାରେ ବହିଯାଏ ଲୁହ

ପାର୍ଶ୍ୱବର୍ତ୍ତୀ ପ୍ରାଣମାନେ ଅଟକିଛନ୍ତି ଏକ ସ୍ଥାନେ

ଅଜଣା ସେମାନଙ୍କୁ ଏ ମନ ଗହ୍ୱରର କୋହ  


ଦରଜର ପ୍ରାଣ ପାଇଁ ମହୌଷଧି କାହିଁ

ଶରୀରଠୁ ଢେର୍ ଅଧିକ ହୃଦୟର କ୍ଳେଶ

ଏତେ ପାପୀ କ'ଣ ମୁଁ ପ୍ରଭୁ କୁହ ଥରେ

ଶବ୍ଦ ମୋର ବନ୍ଧୁ ତଥାପି କାହିଁକି ଅବିଶ୍ୱାସ  


ବଞ୍ଚିବା କର୍ପୂର ଗଲାଣି ଉଡ଼ି ନିଃଶ୍ୱାସ ଜୀବିତ

ବାହାରୁ ଦେଖିଲେ ସହଜ ବିନ୍ଦାସ୍ ମଣିଷ

ଜରଜ ଏ ଜୀବନରେ ପ୍ରତିକାଳ ମୃତ୍ୟୁ ରୂପ

ଭିତରଟା ଦେଖିବାକୁ କରିବନି କେବେ ସାହସ  


କିଏ ଦୋଷୀ ନୁହେଁ ନୁହେଁ ବି ନିର୍ଦ୍ଦୋଷେ ଗଣା

ନର୍କକୁ ଗଲାଣି ମନ ସବୁ ଭାଙ୍ଗିଯାଇଥିବା ସପନ

ଈଶ୍ୱର ବୁଝିବେନି ଜାଣେ ଏ ଆତ୍ମା ଲୁହକୁ ଚିହ୍ନେ

ତୁଚ୍ଛ ପ୍ରାଣୀଟିଏ ଉପଯୁକ୍ତ କ୍ଷଣେ ହେବି ସମାପନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy