ଜଗତ କରତା
ଜଗତ କରତା
ସଂସାର ଜଳରେ ହୁଏ ଉବୁ ଟୁବୁ
କାତ ମୋର ପାଏ ନାହିଁ
ଭଙ୍ଗା ନଉକା ମୋ ହୁଏ ଟଳ ମଳ
ବାଟ ବୁଦ୍ଧି ଦିଶେ ନାହିଁ।
ଜୀବନ ନଉକା ତୁମରି ହାତରେ
ପାଦ ତଳେ ତୁମ ଲୟ
ତୁମ ରି ଆଶିଷେ ଥିଲେ ମୋର ପାଶେ
ଦୁଃଖକୁ ନାହିଁ ମୋ ଭୟ।
କେତେ ପୁଣ୍ୟ କେତେ ପାପ ମୁଁ କରିଛି
ଜଣା ନାହିଁ ପ୍ରଭୁ ମୋତେ
ପାଦ ତଳେ ତୁମ ଶରଣ ପଶିଛି
ଗଢି ଦିଅ ତୁମ ହାତେ।
ଯେଉଁଠୁ ଆସିଛି ସେଇଠିକି ଯିବି
ତୁମ ପାଦ ମୋ ଠିକଣା
ଏତିକି ମାଗୁଣି ତୁମକୁ ମାଧବ
କରିବନି କେବେ ଉଣା।
ସଂସାର ମାୟାରୁ ପାରି କର ପ୍ରଭୁ
ଆଉ କିଛି ମାଗୁ ନାହିଁ
ସୁଦିନ ଆସିବ ପ୍ରାଣ ମୋର ଯିବ
ରହିଛି ତୁମକୁ ଚାହିଁ।