STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଜଗତ କରତା

ଜଗତ କରତା

1 min
173

ସଂସାର ଜଳରେ ହୁଏ ଉବୁ ଟୁବୁ

କାତ ମୋର ପାଏ ନାହିଁ

ଭଙ୍ଗା ନଉକା ମୋ ହୁଏ ଟଳ ମଳ

ବାଟ ବୁଦ୍ଧି ଦିଶେ ନାହିଁ।


ଜୀବନ ନଉକା ତୁମରି ହାତରେ

ପାଦ ତଳେ ତୁମ ଲୟ

ତୁମ ରି ଆଶିଷେ ଥିଲେ ମୋର ପାଶେ

ଦୁଃଖକୁ ନାହିଁ ମୋ ଭୟ।


କେତେ ପୁଣ୍ୟ କେତେ ପାପ ମୁଁ କରିଛି

ଜଣା ନାହିଁ ପ୍ରଭୁ ମୋତେ

ପାଦ ତଳେ ତୁମ ଶରଣ ପଶିଛି

ଗଢି ଦିଅ ତୁମ ହାତେ।


ଯେଉଁଠୁ ଆସିଛି ସେଇଠିକି ଯିବି

ତୁମ ପାଦ ମୋ ଠିକଣା

ଏତିକି ମାଗୁଣି ତୁମକୁ ମାଧବ

କରିବନି କେବେ ଉଣା।


ସଂସାର ମାୟାରୁ ପାରି କର ପ୍ରଭୁ

ଆଉ କିଛି ମାଗୁ ନାହିଁ

ସୁଦିନ ଆସିବ ପ୍ରାଣ ମୋର ଯିବ

ରହିଛି ତୁମକୁ ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy