STORYMIRROR

Pravatirani Mohanty

Tragedy

3  

Pravatirani Mohanty

Tragedy

ବୟସ ର ଆୟୁଷ

ବୟସ ର ଆୟୁଷ

1 min
151


ବୟସ ଆୟୁଷ ହଜି ହଜି ଯାଏ

ଦିନୁ ଦିନୁ ହୁଏ ମ୍ଳାନ

ଜୀବନ ଯୌବନ ଜନ୍ମ ମୃତ୍ୟୁ ଚକ୍ରେ

କରିଛନ୍ତି ଅବସ୍ଥାନ ।


ଦୀପଟିଏ ହୋଇ ଜଳେ ଏ ଜୀବନ

ଲୋଡ଼ା ତାର ସ୍ନେହ ପ୍ରେମ

ଅଳୀକ ସଂସାରେ ମାୟାର ବନ୍ଧନେ

ହାହୁତାଶ ଜୀବନ ।


ସମୟ ର ଏହି କଷଟି ପଥରେ

ଯାଏ ସିଏ ପେଷି ହୋଇ

ପୂର୍ଣ୍ଣ ପ୍ରାଣ ସତ୍ତା ଭରି ନୀରବତା

ଯାଏ ସେ ନିଶ୍ଚଳେ ଶୋଇ ।


ପ୍ରେମ ପ୍ରଣୟର ଫଲଗୁ ଧାରାରେ

ଜୀବନର ରଙ୍ଗ ମାଖି

ସମୟ ବଦଳେ ଜୀବନ ବଦଳେ

ହୋଇ ଯାଏ ନୀରୀମାଖି ।


କିଏସେ କହିବ କାଲି କଥା ଆଜି

ସନ୍ଧି ଏଇ ସମୟର

ଲିଭାଇ ପାରିବ ଅନ୍ତର ତଳର

ଲେଲିହାନ ଶିଖା ଧାର ।


ସମୟ ହାତରେ ବୟସର ବୋଝ

ସରିବ କେବେ ଆୟୂଷ

ଚାଲୁ ଚାଲୁ କେବେ ସରିଯିବ ବାଟ

ନରହୁ କା' ଅବଶୋଷ l


Rate this content
Log in

Similar oriya poem from Tragedy