ବୟସର ଆୟୁଷ ବୟସ ଆୟୁଷ
ବୟସର ଆୟୁଷ ବୟସ ଆୟୁଷ
ବୟସ ଆୟୁଷ ହଜି ହଜି ଯାଏ
ଦିନୁ ଦିନୁ ହୁଏ ମ୍ଳାନ
ଜୀବନ ଯୌବନ ଜନ୍ମ ମୃତ୍ୟୁ ଚକ୍ରେ
କରିଛନ୍ତି ଅବସ୍ଥାନ ।
ଦୀପ ଟିଏ ହୋଇ ଜଳେ ଏ ଜୀବନ
ଲୋଡ଼ା ତାର ସ୍ନେହ ପ୍ରେମ
ଅଳୀକ ସଂସାରେ ମାୟାର ବନ୍ଦନେ
ହାହୁତାଶ ଜୀବନ ।
ସମୟର ଏହି କଷଟି ପଥରେ
ଯାଏ ସିଏ ପେଶି ହୋଇ
ପୂର୍ଣ୍ଣ ପ୍ରାଣ ସତ୍ତା ଭରି ନୀରବତା
ଯାଏ ସେ ନିଶ୍ଚଳେ ଶୋଇ ।
ପ୍ରେମ ପ୍ରଣୟ ର ଫଲଗୁ ଧାରାରେ
ଜୀବନର ରଙ୍ଗ ମାଖି
ସମୟ ବଦଳେ ଜୀବନ ବଦଳେ
ହୋଇ ଯାଏ ନୀରୀମାଖି ।
କିଏସେ କହିବ କାଲି କଥା ଆଜି
ସନ୍ଧି ଏ ସମୟର
ଲିଭାଇ ପାରିବ ଅନ୍ତର ତଳର
ଲେଲିହାନ ଶିଖା ଧାର ।
ସମୟ ହାତରେ ବୟସ ର ବୋଝ
ସରିବ କେବେ ଆୟୁଷ
ଚାଲୁ ଚାଲୁ କେବେ ସରିଯିବ୍ବ ବାଟ
ନରହୁ କା ଅବଶୋଷ ।
