STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ନିଃଶବ୍ଦ ରାତ୍ରୀର ଏକା ଏକା ପଥିକ

ନିଃଶବ୍ଦ ରାତ୍ରୀର ଏକା ଏକା ପଥିକ

1 min
204


ତୁ' ଗଲାପରେ

ଜୀବନ ଯାତ୍ରାଟା ଏବେ ହୋଇଛି ଅନ୍ଧାର

ଗୋଟିଏ ବହଳ ରାତ୍ରି ଠାରୁ ବି ଅଧିକ

ରାତି ଦିନର ଫରକଟା ଏବେ

ମୋ ଅନୁଭବର ବାହାରେ……

ଏହି ଯାତ୍ରାରେ ଯେବେ ହୁଏ ଆକ୍ତା ମାକ୍ତା

ଜୀବନର କିଛି ସ୍ୱପ୍ନିଳ ମୁହୂର୍ତ୍ତକୁ

ରୂପ ଦିଏ ଏହି ସାଧା କାଗଜ ପୃଷ୍ଠାରେ ……

ତୁ' ତ ଜାଣୁ

ଅନ୍ଧାରକୁ ମୋର ଭାରି ଡର

ସେଥିପାଇଁ ପରା

ରଙ୍ଗୀନ୍ ବତୀରେ ସଜେଇଥିଲୁ

ମୋର ଶୟନ କକ୍ଷ

ବେଶ୍ ଉପଭୋଗ କରୁଥିଲି ସେତେବେଳେ

ଏବେ କିନ୍ତୁ ମୂଲ୍ୟହୀନ ସେ ସବୁ ମୋ ପାଇଁ……

ଏଇ ଦେଖୁନୁ

ବାହାରେ ନିଶା ଗର୍ଜୁଛି ସାଇଁ ସାଇଁ

ହେଲେ ମୋ ଆଖିରେ ଆଜି ବି ନିଦ ନାହିଁ

ଖାଲି ତୋ'ର ହସ ହସ ମୁହଁର ଝଲକ

ତୁ' ଦେଖାଇଥିବା ସ୍ୱପ୍ନ ସବୁ

ଏବେ ଥାକ ଥାକ ହୋଇ

ଭାଙ୍ଗି ଥୋଇ ଦେଇଛି ମୋ ଏକୁଟିଆ

ରାତ୍ରୀର ଯାତ୍ରା ପଥରେ……

ରାତ୍ରୀର ଅନ୍ଧାର ଯେତେ ବଢିଚାଲେ

ହୃଦୟରେ ସ୍ପନ୍ଦନ ସେତିକି ତୀବ୍ର ହୋଇଯାଏ

ଆଉ ସେହି ବହଳ ଅନ୍ଧାର ଭିତରେ

ଆରମ୍ଭ ହୁଏ ମୋ ଯାତ୍ରାର ଲମ୍ବା କାହାଣୀ

ମୁଁ ତୋ'ର ପ୍ରତିଟି ସ୍ମୃତିକୁ ଆଙ୍କିବସେ

ବିଷୁଭ ବୃତ୍ତ ଠାରୁ ଆରମ୍ଭ କରି 

ନାତି ଶୀତୋଷ୍ଣ ଅଞ୍ଚଳ ଯାଏ……

ଝର୍କା ସେପଟରୁ

ଶୁଭେ ତୋ'ବାପାଙ୍କର କିଛି ମିଠା ଗାଳି

ଆରେ….ଲାଇଟ୍ ଟା ତ ଲିଭାଅ

ରାତ୍ରୀ ଯେ ଅନେକ ହେଲାଣି

କେତେ ଆଉ ଅନିଦ୍ରା ହୋଇ ଯାତ୍ରା କରିବ

ଆଉ ଅନାବନା ଗାରୋଉ ଥିବ

ସାଧା କାଗଜ ପୃଷ୍ଠାରେ……

ବାହାରେ ଶୁଭେ

କିଚିରି ମିଚିରି ଶବ୍ଦ , କାଉର କା' କା' ଡାକ

ସୂଚାଇ ଦିଏ ରାତି ପାହିଲାଣି ଉଠ

ତୋ'ର ଯାତ୍ରା ତ ଏହି ଅନ୍ଧାର ଭିତରେ

ଚୁପ୍ ଚାପ୍ ଯାଇ ଲିଭାଇ ଦିଏ ଲାଇଟ୍

କାରଣ ଜୀବନଟା ଏବେ

ନିଶବ୍ଦ ରାତ୍ରୀରେ ଏକା ଏକା ଯାତ୍ରା କରିବାର ସମୟ….



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy