STORYMIRROR

Debabrata Mishra

Tragedy

3  

Debabrata Mishra

Tragedy

ଅଶୁଭ ମଣିଷ

ଅଶୁଭ ମଣିଷ

1 min
188


ମାଟି ଛୁଇଁଲେ ପାଲଟେ ପାଷାଣ

ପାଦ ପଡ଼ିବା ସ୍ଥାନରେ ଛାଇଯାଏ ନୀରବତା

କୋଳାହଳ ମୋତେ ଦେଖି ଲୁଚେ

ପକ୍ଷୀ ଫୁଲ ସହ ବନ୍ଦ କରିଦିଏ ଆଳାପ

ଆନନ୍ଦର ଗୀତ ସବୁ ହୋଇଯାନ୍ତି ଉଦାସ

ପୀୟୂଷ ଦୂରେଇ ରୁହେ ମୋତେ

କଥା କ'ଣ ମୋର କଲବଲ କରୁଥିବା ବିଷ

ଲାଗେ ସତେ ମୁଁ ଏକ ଅଶୁଭ ମଣିଷ......!!


ଫଗୁଣ ବି ମୋତେ ଦେଖି ହୁଏ ହତାଶ

ନୀଳ ଆକାଶେ କଳାବାଦଲର ବତାସ

ଜହ୍ନ କଳାରଙ୍ଗ ଧାରଣ କରି ଲୁଚେ ତାରାମେଳେ

ଛୁଇଁଦେଲେ ମରିଯାଏ ଅଗଣାର ମଲ୍ଲୀଫୁଲ

ସୁଖର ଗପ ଓ ଉଲ୍ଲାସର ମୁହୂର୍ତ୍ତ କେତେ

ମୋ' ଆଗମନେ ପାଲଟେ ସତେ କି ନିରାଶ

କେଉଁ ଉଦ୍ଦେଶ୍ୟରେ ଜନ୍ମ ମୋର ହେ ଜଗଦୀଶ

ଲାଗେ କାହିଁ ମୁଁ ଏକ ଅଶୁଭ ମଣିଷ.....!! 


ବିଶ୍ୱାସ ଭରସା ଦୂରେଇଯାଏ ମୋ' ଠାରୁ

ଭୟ ଏତେ ସତେ ଜଙ୍ଗଲର ବାଘଟିଏ

ମନର ଭାବନାକୁ କିଏ ବା ଦେଖିଛ କି

ମୁଁ କ'ଣ ନକରାତ୍ମକ ଗୁଣର କଳଙ୍କିତ ଉଆସ

ସମୟ ତିରସ୍କାର କରେ ସଦା ଏ ଶରୀରକୁ

ପୁରସ୍କାର ମୋର ମୋହ ନୁହେଁ ଜାଣିସୁଧା

ଏ ଜୀବନରେ କାହିଁକି ବିଡମ୍ବନାର ପଳାସ

ମୋତେ ଲାଗେ ମୁଁ ଏକ ଅଶୁଭ ମଣିଷ..!! 


ଏ ମନରେ ସର୍ବଦା ମୃତ୍ୟୁର ଚେତନା

କିଏ ଲେଖିଛି ଜୀବନ ସମ୍ବିଧାନର ପ୍ରସ୍ତାବନା

ମୂର୍ଖ ଯଦି କର ମୋତେ ପ୍ରମାଣିତ

ହେ କାଳ ମୁଁ କ'ଣ ବିଷାଦ ସହ ଅନୁବନ୍ଧିତ

ହସ କାହିଁକି ଘୃଣା କରେ ମୋତେ

ମିଛ ମାୟା କଳ୍ପନା କାହିଁକି ନିଜର ଏତେ 

ବାସ୍ତବତାର ଘର ମୋତେ କବାଟ କିଳେ

ସତେ କି କରିଦେବି ମୁଁ ସୁଖ ଅବନୀ ବିନାଶ

ଲାଗେ ସତେ ମୁଁ ଏକ ଅଶୁଭ ମଣିଷ...!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy