STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

ସମୟ

ସମୟ

1 min
176

ତୁମେ ଜାଣ ମୁଁ ବି ଜାଣେ

  ହେଲେ ସମୟ ଜାଣେନା,,

ମନର ସେହି ଅକୁହା କଥା

     ଦିଏ କେତେ ଯାତନା,।


 ତୁମେ ଚାଲି ଗଲ ତୁମ ରାସ୍ତାରେ

     ସମୟ କୁ ଠେଲି ଦେଇ,,

ଝୁରି ହୁଏ ଆଜିବି ସେ କଥାକୁ

     ମଥାରେ ହାତକୁ ଦେଇ,।


 ଜୀବନ ଯୌବନ ଉଜାଡି ଦେଇ

      ସଂସାର ମୋହରେ ମନ,,

 ସମୟ ଯାଇଚି ଚିହ୍ନ ରହିଛି

       ପ୍ରୀତି ଭରା ସେ ଦିନ,।


ସମୟ ତୁମେ ଚାଲି ଯାଇଛ

   ସାଙ୍ଗରେ ନେଇ ସେ ଦିନ,,

ନେହୁରା ହେଉଛି ମିନତି କରୁଛି

    ଫେରାଇ ଦିଅ ସେ ଦିନ,।



Rate this content
Log in

Similar oriya poem from Tragedy