STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

ସମୟ

ସମୟ

1 min
183

ତୁମେ ଜାଣ ମୁଁ ବି ଜାଣେ

  ହେଲେ ସମୟ ଜାଣେନା,,

ମନର ସେହି ଅକୁହା କଥା

     ଦିଏ କେତେ ଯାତନା,।


 ତୁମେ ଚାଲି ଗଲ ତୁମ ରାସ୍ତାରେ

     ସମୟ କୁ ଠେଲି ଦେଇ,,

ଝୁରି ହୁଏ ଆଜିବି ସେ କଥାକୁ

     ମଥାରେ ହାତକୁ ଦେଇ,।


 ଜୀବନ ଯୌବନ ଉଜାଡି ଦେଇ

      ସଂସାର ମୋହରେ ମନ,,

 ସମୟ ଯାଇଚି ଚିହ୍ନ ରହିଛି

       ପ୍ରୀତି ଭରା ସେ ଦିନ,।


ସମୟ ତୁମେ ଚାଲି ଯାଇଛ

   ସାଙ୍ଗରେ ନେଇ ସେ ଦିନ,,

ନେହୁରା ହେଉଛି ମିନତି କରୁଛି

    ଫେରାଇ ଦିଅ ସେ ଦିନ,।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy