ଅମର ଯବାନ୍
ଅମର ଯବାନ୍
ଚିର ବନ୍ଦନୀୟା ବିଶ୍ବ ମୋହନୀୟା
ଏଇ ସେ ଭାରତ ବର୍ଷ,
ପ୍ରତି ରକ୍ତ ବିନ୍ଦୁ ଝରି ପଡ଼େ
ଭାରତୀୟ ଇତିହାସ ।
ଦେଶର ତ୍ରିରଙ୍ଗା ପତାକା ,ରାଷ୍ଟ୍ରୀୟ ପ୍ରତୀକ
ଦେଖ ଫରଫର ହୋଇ ଉଡ଼ୁଛି
ଅଖଣ୍ଡ ଭାରତ କହୁଛି ବାର୍ତ୍ତା
ପୂର୍ବ ପୁରୁଷଙ୍କ ଗାୈରବ ଗାଥା ।
ଏକ ମନ ଏକ ମନ୍ତ୍ର ନେଇ
ଭାବୁଛୁ ଯେ ଦେଶ ମାତୃକା ପାଇଁ ।
ସାଦରେ ପାଳିବା ଅମୃତ ମହୋତ୍ସବ।
କାହିଁକି ନା ଆମେ ତ ସ୍ଵାଧୀନ ଭାରତର ମଣିଷ !
କିନ୍ତୁ କେବେ ଭାବିଛନ୍ତି କି ଥରେ
ଆଜି ଯେଉଁ ଦମ୍ଭର ସହିତ ନିଜକୁ
ସ୍ଵାଧୀନ ଭାବରେ ଘୋଷଣା କରୁଛ
ସେଇଟା କାହା ବଳିଦାନର ଫଳ ,
କାହା ନିଗିଡା ଲୁହ ଆଉ ଲହୁର ଅନୁଦାନ !
ବୀରତ୍ଵ,ଦେଶପ୍ରେମ,ତ୍ୟାଗର ପରିଚାୟକ ।
ଥରେ କେବେ ଭାବିଛନ୍ତି ନିଜ ଘର ସଂସାର ,
ପରିବାର ଭୁଲି ଆମକୁ ସୁରକ୍ଷା ପ୍ରଦାନ କରୁଥିବା
ସେଇ ଅମର ବୀରଙ୍କ ବଳିଦାନର ଅମର ଗାଥା ।
ଥରେ ଭାବି ଦେଖନ୍ତୁ,
ଆପେଆପେ ବାହାରି ପଡିବ ପାଟିରୁ
“ହେ ବୀର ଯବାନ ତୁମକୁ ମୋର ସଲାମ ।
ଯାହା ସେଇ ବୀର ସୈନିକ ମାନଙ୍କର
ଯେଉଁଠି ଫୁଟି ଉଠିଛି ତାଙ୍କ
ଲୁହ ଲହୁର ନିଚ୍ଛକ ପ୍ରତିଛବି ।
