STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ବାଲ୍ୟ ସଖା

ବାଲ୍ୟ ସଖା

1 min
165

ବହୁ ବ୍ୟବଧାନେ ଦୁଇ ସଖାଙ୍କର

ହୋଇଛି ଆଜି ମିଳନ

କେତେ ଆନନ୍ଦିତ ହୋଇ ଉଲ୍ଲାସିତ

ବନ୍ଧୁ ଦୁହିଁଙ୍କର ମନ।


ଭାଗ୍ୟ ତ ଆମର ଏକତ୍ର କରିଛି

ମନ ଭରି ଗପିବାକୁ

ଯେତେ ଇଚ୍ଛା ଅଛି ଗପିବାରେ ଆମେ

ପରସ୍ପର ବୁଝିବାକୁ


ସମୟ ସ୍ରୋତରେ ବଦଳି ଯାଇଛି

ଆମର ଜୀବନ ସ୍ରୋତ 

ଦିନ ବଦଳିଛି ବୟସ ଗଡିଛି

ଅଭୁଲା ଆମ ଅତୀତ।


କେତେ ଯେ ସୁନ୍ଦର ଆମ ବାଲ୍ୟକାଳ

ଵିତାଇଥିଲୁ ଯେ ଆମେ

ହସି ଖେଳି ନାଚି ଗୀତ ଗାଇ ଗାଇ

ପଢୁଥିଲେ ଆମେ ଦୁହେଁ।


କା ବାଡ଼ି ପିଜୁଳି ପକେଟରେ ଧରି

ଲୁଚାଇ ଖାଇଛୁ ତୋଳି

ଶେଷେ ଧରାପଡ଼ି ଖାଇଥିଲେ ଗାଳି

ମନକୁ ନେଇଛୁ ସମ୍ଭାଳି।


ବିଧିର ବିଧାନ ଅତୀଵ ବିଚିତ୍ର

ସେ ସମୟ ଆଉ ନାହିଁ

ଯେତେ ବି ଖୋଜିଲେ ମିଳିବନି ତାହା

ଯାଇଛି ସ୍ମୃତିଟେ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy