STORYMIRROR

Chinmaya Nayak

Tragedy Classics Inspirational

3  

Chinmaya Nayak

Tragedy Classics Inspirational

ଆହେ ପ୍ରଭୂ ଗଜାନନ

ଆହେ ପ୍ରଭୂ ଗଜାନନ

1 min
200

ପ୍ରଣାମ ଘେନ ଆହେ ପ୍ରଭୂ, ଗଜାନନ

ଖୋଜୁଅଛି ତୁମ ହୃଦୟ କୋଣ, 

ଦିଅ ଦିବ୍ୟଜ୍ଞାନ ହେ ବିଘ୍ନ ବିନାଶନ

ଅଶୁଭ ନିଧନ ମୋର କର ନିବାରଣ ll

ଦୀପ ଠାରୁ ଜ୍ୟୋତି ଦିଅ ହେ ଶକ୍ତି

ତୁମେ ଅଟ ମୋର ତନୁ ମନ ପ୍ରାଣ, 

ହେ ବାବା ଗଣପତି ମଙ୍ଗଳ ମୂର୍ତ୍ତୀ

ହୁଅ ନାହିଁ ତୁମେ ପାଷାଣ ll 

ହାତ ଧରି ମୋର ଆହେ ଲମ୍ବୋଦର

ଗୁନ୍ଥି ଦିଅ ବିଦ୍ୟାର ତୋରଣ, 

ପ୍ରଥମ ଅକ୍ଷର 'ମା' ଡାକ ମୋର

ତୁଣ୍ଡେ ଡାକୁଥିବି ପ୍ରତିକ୍ଷଣ ll 

ଭକ୍ତି ଭାବନାରେ ଚିନ୍ତା ଚେତନାରେ

ଭାଙ୍ଗିଯାଉ ମୋର ବଡପଣ,

ପାପର ହାଟରେ, ମୁକ୍ତିର ବାଟରେ

କରୁଥାଅ ମୋ ହିଂସାର ମରଣ ll 

ଧୈର୍ଯ୍ୟ ଓ ସାହାସ ଅଟେ ତୁମ ଜ୍ଞାନ

ତୁମ ଠାରେ ମୋର ଶରଣ, 

ଭକ୍ତି ଆରାଧନା ହେବ ନାହିଁ ଲୀନ

ବନ୍ଦୁଥିବି ସଦା ତୁମ ଚରଣ ll


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy