STORYMIRROR

DrSarbeswar Sena

Tragedy

3  

DrSarbeswar Sena

Tragedy

ଚିଠି

ଚିଠି

1 min
156

ଲୁହର ଠିକଣା ଖୋଜିଲି କେତେ ମୁଁ

ଖୋଜି ମୁଁ ପାଇଲି ନାହିଁ,

ଆଖି ସେ କହିଲା ଭିଜା ଦରପଣେ

ଓଠକୁ ଦେଖୁନା କାହିଁ

ଓଠ ତ ରସିଲା ମହୁଆ ପୁଲକେ

ଲୁହର ମୂଲ କି ଵୁଝିଵ ସେହି

ଆଖି ଲୁହ ସବୁ ଓଠ ପିଇଯାଏ

ପରାଣେ ପରାଶ

କିଏ ଵା ବୁଝିଵ କାହିଁ

ଚୋରା ଚଇତାଳି, ତାଳତମାଳ

ଛାତିରେ ଉଷୁମା ତାତି,

କୋଉ ରାଇଜରେ ରହିଲ ତମେ

ମଉସୁମୀରେ ନାହିଁ ମତି

ନିତି ଡାକବାଲା ଏଇ ଵାଟେ ଯାଏ

ଆକୁଳ ଵିକଳ ଆଖିରୁ ମଲାଣି ଜ୍ୟୋତି,

ଲୁହର ଶ୍ରାବଣ ଭିଜା ପରାଣରେ

ତଥାପି ଅଵୁଝା ଗୀତି

କଥା ଦେଇଗଲ ସଅଳ ଫେରିବ

ଦୂର ଗହୀରରେ ସୁଆରିଆଙ୍କ ଵୋଲି,

ସୁଲୁସୁଲୁ ଵାଆ ଚୁପିଚୁପି କାନେ କହେ

ରଙ୍ଗବତୀ ଫେରିଵ କାଲି

ସାତ ମାଇପେ ଅତି ସରଧାରେ

ସଜ କରିଦେଲେ ରଙ୍ଗଗଲା ବାପଘର,

ଗାଁ ସରୁ ନଈ ଘାଟ ପାରି କଲା ନାଉରିଆ

ଏବେ ରଙ୍ଗ ହେଲା ସାତପର

ଲୁହର ଠିକଣା ସେ କାହୁଁ ପାଇଵ

ତାରା ଅଣାରେ ସଜଫୁଲେ ତାର ବାସ,

ମନ ମରା ସଞ୍ଜେ ଦିକିଦିକି ଜଳେ

ସରମୀ ମରମୀ ଭରା ଉଦାସ

ଅତର ଵୋଳା ତମ ପତର ଖଣ୍ଡିକ

ଏବେ ବି ସାଇତା ହୃଦେ

ଜହ୍ନ ଉଇଁଗଲେ ନିରୋଳା ରାତିରେ

ଏ ଅଵୁଝା ମନ ଲୁହରେ ଭିଜେ

କଥା ରହିଗଲା ମଗୁଶୁରକୁ

ଶେଷ ସପନର ମଉଳା ପୀରତି,

ଲୁହର ଠିକଣା ଲହୁରେ ଖୋଜେ ମୁଁ

ତମେ ପରା ରୂପ ରାଇଜର ରଙ୍ଗବତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy