STORYMIRROR

Pranati Panda

Abstract Tragedy Inspirational

4  

Pranati Panda

Abstract Tragedy Inspirational

ସମୟ ଦେଖିବ ରହରେ

ସମୟ ଦେଖିବ ରହରେ

1 min
258


ଆପଣା କରମ ମଣିଷ ଭୁଞ୍ଜିବ

ପଡ଼ିବେନି କେହି ପିଠିରେ ,

କଞ୍ଚା ଓ ପାଚିଲା କିଛି ଦେଖିବନି

ସବୁନେବ ସାଥେ ବାନ୍ଧିରେ।


ଅରଜିଛ ଯାହା ନିଜେ ଭୋଗିବନି

ଭୋଗିବତ ଆଉ କିଏରେ ?

ନାନାଦି ଜୈବିକ ରସାୟନ ସବୁ

ପରୀକ୍ଷଣ କଲ ମହୀରେ ।


ପ୍ରକୃତି ବିରୁଦ୍ଧ କାର୍ଯ୍ୟ ସବୁ କରି

ଫଳ ଭୋଗୁଛନ୍ତି ନିଜେରେ ,

ଯାହାକୁ ଯିଏତ ବିଧାତା ଖଞ୍ଜିଛି

ତାଠାରୁ ଆଉ'କେ ବଡ଼ରେ ?


ନିଜ ସ୍ବାର୍ଥ ପାଇଁ ସର୍ବସ୍ବ ଗିଳିଲ

ସର୍ବଗିଳା ଚୀନ୍ ତୁମେରେ ,

ପୋକ,ଜୋକ ଠାରୁ ସାପ ବେଙ୍ଗ ଯାଏ

ଖାଇଲ ସବୁ ଆନନ୍ଦରେ ।


ପରିବେଶ ଆଉ ପ୍ରକୃତିର ପାଇଁ

ରଚିଛନ୍ତି ସ୍ରଷ୍ଟା ସୃଷ୍ଟିରେ ,

ବୈଜ୍ଞାନିକ ସାଜି ବିଜ୍ଞାନ ବଳରେ

ଭୂତାଣୁଙ୍କ ସାଙ୍ଗ ଖେଳରେ ।


ଅରଜିଲା କର୍ମ ନିଜେତ ଭୋଗିଲ

ସାରା ବିଶ୍ବ ଆଜି ଭୋଗେରେ ,

ତୋ'ପାଇଁରେ ଚୀନ୍ ସମଗ୍ର ବିଶ୍ଵରେ

ହା' ହା' ଆଜି ଆଜି ପଡ଼େରେ ।


କରୋନା ନାମକ ଏ' ଯେଉଁ ଭୂତାଣୁ

ବିଜ୍ଞାନ ବିହନ ଦେଲରେ ,

ଗୋଟା, ଗୋଟା ମୁଣ୍ଡ ଗଡ଼ି ଯାଉଅଛି

ପରିବାର ଶକ୍ତି ନାହିଁରେ।


ଡାକ୍ତରଙ୍କ ଠାରୁ ସେବିକା ପର୍ଯ୍ୟନ୍ତ

ପଡେନାହିଁ ବାଦ୍ କେହିରେ ,

ଶିଶୁ ଠାରୁ ନେଇ ଯୁବା ଓ ବୟସ୍କ

ମରଣ ମୁହଁରେ ସବୁରେ ।


ମୃତ୍ୟୁ ପରେ ଶବ ସତ୍କାର ପାଇଁକି

ମିଳେନାହିଁ କାନ୍ଧ ଆଜିରେ ,

ଜୀବ ଯିବାବେଳେ ପାଣି ଟୋପେ ମଧ୍ୟ

ଜୁଟେନାହିଁ ଆଜି ଭାଗ୍ୟରେ ।


ଜୀବନ ବିକଳେ ଗୃହେବନ୍ଦୀ ସବୁ

ଭୁତାଣୁ ଗିଳିବା ଭୟରେ ,

ତୁଚ୍ଛ ଆଜି ସବୁ ଧନ ଦଉଲତ 

ତ୍ରାହି ତ୍ରାହି ଡାକ ପଡେରେ ।


ଚାରିଆଡ଼େ ଆଜି ସଂକ୍ରମଣ କରି

ଅଏସ୍ କରୁଛ ଚୀନ୍ ରେ ,

କଲାକର୍ମ ମାନ ଅଚିରେ ଭୋଗିବ

ରୁହ ଆଉ କିଛି ଦିନରେ ।


କୋଟି କୋଟି ପ୍ରାଣେ ଦୁଃଖ ଦେଇ ତୁମେ

ଭାବିଛକି ଖସି ଯିବରେ ,

ଧର୍ମ ଦାଣ୍ଡେ ତୁମେ ପାର ପାଇବନି

ଲେଖିରଖ ଚୀନା ତୁମେରେ।


ଟେକିଦେଲୁ ହାତ ଏ'ବେଳରେ ଆମେ 

ପ୍ରଭୁପଦ ତଳେ ପଡିରେ ,

ନାଶ ହେଇଯିବ କୋଟି ନିଃଶ୍ବାସରେ

ସମୟ ଦେଖିବ ରହରେ ।

      

       


Rate this content
Log in

Similar oriya poem from Abstract