STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ମଣିଷକୁ ପଦେ

ମଣିଷକୁ ପଦେ

1 min
169

ମଣିଷକୁ ପଦେ କହୁଛି ଆଜି ....

ରାକ୍ଷସ ଆସିଲା ଭୂତାଣୁ ସାଜି ..

ସାରା ବିଶ୍ୱକୁ ସେ କରିଛି ଗ୍ରାସ ...

ତାଣ୍ଡବ ଲୀଲାରେ ଆଜି ସେ ମତ୍ତ ..ll


ସହ ସହ ମୁଣ୍ଡ ଗଡି ଚାଲିଛି .....

ତା ପାଇଁ ବିକଳ ମଣିଷ ଜାତି ..

ମଣିଷ ସାଥିରେ କରେ ଛଳନା ...

ନା ତାର ସେଥିପାଇଁ କରୋନା ...ll


ଚୀନର ଉହାନ ସହରୁ ଆସି ..

ଭାରତେ  କୁଣିଆଁ ଆଜି ସାଜିଛି ..

କଂକ୍ରିଟ ଜଙ୍ଗଲେ ମଣିଷ ଆଜି ..

ନିଜକୁ ନିଜେ ସେ ବନ୍ଦୀ କରିଛି ..ll


ଦୁଃଖ ଲାଗୁଛି ତା ଦୁଃଖ ଦେଖି ...

ମଣିଷ ସୃଷ୍ଟି ତ ରାକ୍ଷସ ଏଇ ...

ନିଜ ଗୋଡ଼େ ଆଜି ମରେ କୁରାଢ଼ୀ ..

ଆଜି ତାହା ପାଇଁ ସମସ୍ତେ ବ୍ୟସ୍ତ ...

ଭୋଗୁଛି ନିଜର କର୍ମଫଳ ତ ..ll


ପୋକ ମାଛି ପରି ମଲେଣି ଯେତେ ..

ହିସାବ କରିକି କହିବି କେତେ ...

ଭୁଲିଗଲାଣି ସେ ମଣିଷତ୍ୱକୁ ..

ବଞ୍ଚାଇ ରଖିଛି ସ୍ୱାଧୀନତାକୁ ...

ଅନ୍ୟକୁ ଆହାର କରି ଗ୍ରାସିଲା ...

କରୋନାକୁ ନିଜେ ଡାକି ଆଣିଲା ..ll


ସାରା ଦୁନିଆଟା କରିଲା ଧ୍ୱଂସ ...

ଭୁଲିଗଲା ନିଜେ ସୁଧୁରିବାକୁ ....

ସବୁବେଳେ ଖୋଜେ ଅନ୍ୟର ଦୋଷ ..

ମଣିଷ ମାତ୍ରକେ ଏହା ହିଁ ସତ ..ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy