ସ୍ଥପତି ପଦ୍ମବିଭୂଷଣ ରଘୁନାଥ
ସ୍ଥପତି ପଦ୍ମବିଭୂଷଣ ରଘୁନାଥ
ଶେଷ ନିଦ୍ରାରେ ସ୍ଥପତି ହେ ତୁମେ କାମ ତ ଅନେକ ବାକି
ଅବେଳ ଟାରେ କେ ଡାକି ନେଇଗଲା କରିଗଲ ନିରିମାଖି
ସତେକି ସରଗ ରାଇଜରେ ପୁଣି ଚାରୁଚିତ୍ର କଳା କାମ
ବିଶ୍ଵକର୍ମା କି ବା କରି ନପାରିଲେ ଦୂତ ରୂପେ ଆସି ଯମ ।
ଡାକିନେଇଗଲା ଅଧୁରା ରହିଲା ଦ୍ଵିତୀୟ କୋଣାର୍କ ପରା
କହହେ ଶିଳ୍ପୀ କିବା ଅଭିମାନେ ତେଯ୍ୟାକରି ଏହି ଧରା
ନକହି ନପୋଛି କାହିଁକି ଏମିତି ଶୋକ ସାଗରେ ଭସାଇ
ପଦ୍ମ ବିଭୂଷଣ ଛାଡିଚାଲିଗଲ ମହାମାନି କାହିଁପାଇଁ ।
ଭାରତବରଷ ଖୋଜୁଛି ତୁମକୁ ନିହାଣ ହୋଇଛି ସ୍ଥିର
ତୁମ ଆବର୍ତ୍ତମାନ ରେ ସ୍ତବ୍ଧ ଆଜି ପରା ବିଶ୍ଵ ଦରବାର
ଉତ୍କଳ ର କଳା ଐତିହ ଭାସ୍କର ପ୍ରସ୍ତରଶିଳ୍ପ ବିନ୍ଧାଣି
ସରା ବିଶ୍ଵରେ ତ ଚହଳ ପକାଇ ମନ ନେଇଥିଲ କିଣି ।
ତୁମ କଳାକୃତି ଭିତରେ “ମରିବି” ରହିବ ଚିର ଅମର
ପଥୁରିଆ ସାହି ବିଶ୍ଵକର୍ମା ଯୋଗଜନ୍ମା ହେ ପୁରସ୍ତମ ର
ଧନ୍ୟ କ୍ଷଣଜନ୍ମା ଶିଳ୍ପୀ କୁଳର ହେ ମର୍ଯ୍ୟାଦା ବନ୍ତ ପୁରୁଷ
ଆଡମ୍ବର-ଶୂନ୍ୟ କର୍ମବୀର ତୁମେ ଓଡିଆ ଜାତି ଆଦର୍ଶ ।
ଉତ୍କଳ ଶିଳ୍ପ ର ଆକାଶେ ତୁମେତ ତେଜଵନ୍ଥ ସୂର୍ଯ୍ୟ ସମ
ଘୋର ଅନ୍ଧକାର ଦୂରେଇ ଦେଇଛି ରଘୁନାଥ ତୁମ କର୍ମ
ଉତ୍କଳ ର ଅଶ୍ରୁ ଧୌତ ହୃଦୟ ଗଗନେ ତୁମର ଛବି
ପ୍ରକାଶିତ ହେଊ ଯୁଗ ଯୁଗାନ୍ତ ଆହେ ଶିଳ୍ପୀ କୁଳ ରବି ।
ଜୟ ଜଗନ୍ନାଥ ଅନାଦି ଅନନ୍ତ ପଦ୍ମପାଦେ ଦିଅ ସ୍ଥାନ
ଶିଳ୍ପୀ ରଘୁନାଥ ଜାତିପ୍ରାଣ ଶ୍ରେଷ୍ଠ ସେ ତ ପଦ୍ମ ବିଭୂଷଣ
ଶିବେଇ ସାନ୍ତରା ବିଶୁ ମହାରଣା ଧର୍ମପଦ ର ଦାୟଦ
ସେହି ଦାୟରେ ସେ ଯୋଗ୍ୟ ପୁରୁଷ ଲଭିବାକୁ ତୁମ ପଦ ।
ସରଗ ରାଇଜେ ଦେବ ମଣ୍ଡଳୀ ରେ ଲଭି ଦେବତ୍ଵ ଆସନ
ଆଶିର୍ବାଦ କର ରଘୁନାଥ ତୁମେ କର ଅଭୟ ପ୍ରଦାନ
ତୁମ ଶାନ୍ତି-ସ୍ଵସ୍ତି ମନ୍ତ୍ର ସ୍ଥପତି ଏହି ସଂସାର ଆଳୟେ
ପ୍ରତିବିମ୍ବତ ହେଉଥାଉ ନିତ୍ୟ ସନ୍ତପ୍ତ ନର ହୃଦୟେ ।