କରୋନାର କାରନାମା
କରୋନାର କାରନାମା
କରୋନା ହେ ତୁମେ ବିଶ୍ୱବକ୍ଷରେ
କଳଙ୍କର ଏକ ଦାଗ,
ବିଶ୍ୱକୁ ଆଜି ନିଃଶ୍ୱ କରିଛ
ନକରି ଟିକିଏ ଖେଦ ।
କରୋନା ହେ ତୁମେ ବିଶ୍ୱପାଇଁ ଏକ
କେଳେଙ୍କାରୀ ମହାମାରୀ,
ତୁମପାଇଁ କେତେ ଅମୂଲ୍ୟ ଜୀବନ
ଅକାଳରେ ଗଲା ଝରି ।
କରୋନା ହେ ତୁମେ ବିଶ୍ୱପାଇଁକି
କରୁଣ ଆର୍ତ୍ତନାଦ,
ତୁମପାଇଁ ଆଜି ଖୁସିନାହଁକାର
ସବୁରି ବିଷର୍ଣ୍ଣ ଭାବ ।
କରୋନା ହେ ତୁମେ ବିଶ୍ୱପାଇଁ କି
ଘୃଣ୍ୟ ଏକ ବିଷମଞ୍ଜି,
ତୁମପାଇଁ କେତେ ତରୁଣୀ ମଥାରୁ
ସିନ୍ଦୁର ଗଲା ହଜି ।
ଇତିହାସେ ତୁମେ କଳଙ୍କିତ ଏକ
ଅଧ୍ୟାୟ ଗଲ ଯୋଡି,
କରୋନା ତୁମର କଳା କାରାନାମା
ପଢ଼ିବେ ଆଗାମୀ ପିଢ଼ୀ ।
କରୋନା ତୁମେତ ବିଜ୍ଞାନପାଇଁ
ଆହ୍ୱାନ କଲ ସୃଷ୍ଟି,
ବିଜ୍ଞାନର ସବୁ ଚେଷ୍ଟା ସତ୍ତ୍ୱେବି
ତଥାପି ରହିଛ ତିଷ୍ଠି ।
ଗୋଟିଏ ଦେଶ କି ଦୁଇଟି ବି ନୁହେଁ
ବିଶ୍ୱକୁ କଲ ଗ୍ରାସ,
ତୁମଲାଗି ଆଜି ହାହାକାର ପଡେ
ବିଶ୍ୱ ହେଲାଣି ନିଃଶ୍ୱ ।
କରୋନା ହେ ତୁମେ ଖଟିଖିଆ ମୁଖୁ
ଛଡାଇ ନେଇଛ ଦାନା,
ତୁମପାଇଁ ଆଜି ବିଦ୍ୟାର୍ଥୀଙ୍କ ପାଇଁ
ବିଦ୍ୟାଳୟବି ମନା ।
ଗୃହବନ୍ଦୀ କରି ରଖିଛ ସଭିଙ୍କୁ
ବାହାରକୁ ଯିବା ମନା,
କେତେ ଦିନ ଆଉ ତୁଣ୍ଡିବାନ୍ଧି ମୁଖେ
କାମକୁ କରିବୁ ନା ନା ।
ଉଠ ଡାକ୍ତର,ଉଠ ବୈଜ୍ଞାନିକ
ହେଉ ବିଜ୍ଞାନର ଜୟ,
ବିଶ୍ୱବାସୀଙ୍କ ଖୁସି ଫେରୁ
ହେଉ ମାନବଜାତିର ଜୟ ।
