Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Tragedy Others

4  

Santosh Kumar Nayak

Abstract Tragedy Others

ମୃତ୍ୟୁ ପରେ ତୁମେ ଓ ମୁଁ....

ମୃତ୍ୟୁ ପରେ ତୁମେ ଓ ମୁଁ....

1 min
228



ତୁମେ ବି ମରିବ ମୁଁ ବି ମରିବି

ଭେଟ ହେବ ମଶାଣିରେ,

ତୁମେ ଶୋଉଥିଲ ପଲଙ୍କ ଶେଯରେ

ମୁଁ ଶୋଉଥିଲି ଛିଣ୍ଡା ମସିଣାରେ

ଦିହେଁ ମଲା ପରେ 

ଏକାକାର ହେଇ

ଶୋଇ ଯିବା ଜୁଇପରେ ।


ତୁମେ ବୁହାହେବ ମୁଁ ବୁହାହେବି

ବାଉଁଶର କୋକେଇରେ,

ତୁମେ ଜଳୁଥିଲ ଈର୍ଷା ଅହଙ୍କାରେ

ମୁଁ ଜଳୁଥିଲି ଭୋକ ଉପାସରେ

ଦିହେଁ ମଲାପରେ

ହୁତୁ ହୁତୁ ହୋଇ

ଜଳିଯିବା ଅନଳରେ ।


ତୁମେ ଚାଲିଯିବ ମୁଁ ଚାଲିଯିବି

ନାଟକ ସରିବା ପରେ,

ତୁମେ ଗଲାପରେ ଭାଗ ବଣ୍ଟା ହେବ

ମୁଁ ଗଲାପରେ ହଟହଟା ହେବ

ଦିହେଁ ମଲାପରେ

ମୁଠାଏ ପାଉଁଶ

ଭସା ହେବା ଜଳଧାରେ ।


ତୁମେ ହାରିଯିବ ମୁଁ ହାରିଯିବି 

ଭାଗ୍ୟର ପଶା ଖେଳରେ,

ତୁମେ କହୁଥିଲ ନିଜର ନିଜର

ମୁଁ କହୁଥିଲି ଅତି ଆପଣାର

ଦିହେଁ ମଲାପରେ

ଆପଣା ଜନ ବି

ଭୁଲିଯିବେ ସହଜରେ ।



Rate this content
Log in

Similar oriya poem from Abstract