STORYMIRROR

sulochana Bisoyi

Romance Tragedy

4  

sulochana Bisoyi

Romance Tragedy

ଅନୁପମ ତ୍ୟାଗ

ଅନୁପମ ତ୍ୟାଗ

1 min
237

ମୁକ୍ତ ଆକାଶ ତଳେ ବିହଙ୍ଗମ ହଳେ

ପ୍ରେମ ଗୀତ ଗାଇ ଉଡୁଥିଲେ ହେଳେ ।


ବସନ୍ତେ ବହୁଛି ମଳୟ ପବନ

ବଉଳ ସୁବାସେ ପୁରେ ବନ ଉପବନ ।


ଫୁଲେ ଫୁଲେ ଶୁଭେ ମଧୂପ ଗୁଞ୍ଜନ

ପବନେ ଭାସଇ କୋକିଳର ଗାନ ।


ପ୍ରେମୀ ମନେ ଭରି ଗଭୀର ଉନ୍ମାଦ

ମନରେ ନ ଥାଏ ଛଳନା ପ୍ରମାଦ ।


ଅକସ୍ମାତେ ବ୍ୟୋମେ ବ୍ୟାପେ ଅନ୍ଧକାର

କଳା ବାଦଲ ଖେଳାଏ ସଂସାରେ ଜହର ।


ପ୍ରେମ ପକ୍ଷୀ ଦୁଇ ହୋଇଲେ ବାଉଳା

ଜହର ପ୍ରଭାବେ ରୁଦ୍ଧ ହୁଏ ଗଳା।


ରୋଗୀ ସେବା ଧର୍ମେ ହୋଇଥିଲେ ବନ୍ଧା 

ସଂସାର ଯାହାକୁ ବୋଲେ ଦ୍ଵିତୀୟ ଦେବତା।


ନାନା ଅନୁସନ୍ଧାନେ ହୋଇଲେ ଜଡିତ

ଜାଣିଲେ ଭୂତାଣୁ ଦ୍ରୃତ ସଂକ୍ରମିତ।


ପ୍ରେମୀ ଯୁଗଳ ଚିନ୍ତା କରନ୍ତି ଯେ ମନେ 

ସଂକ୍ରମଣୁ କିପରି ଉଦ୍ଧରିବେ ଜନେ।


ମଧୁର ବଚନେ ତୋଷି ରୋଗୀ ମନ 

ଉପଶମ ହେଲେ ଅଗଣିତ ଜନ ।


ରୋଗୀଙ୍କ ଗହଣେ ବିତେ ସାରା ଦିନ

ଯତନେ କରାନ୍ତି ତାଙ୍କୁ ଔଷଧ ସେବନ।


ରୋଗୀ ସେବା କରି ହେଲେ ନିଜେ ସଂକ୍ରମିତ

ଅକାଳେ ନିଜ ଧରମେ ପ୍ରାଣ ହେଲା ହତ ।


ହେ ପ୍ରେମୀ ଯୁଗଳ ଧନ୍ୟ ତୁମ‌ ପ୍ରେମ

ଲୋକ ହିତେ ତୁମ ତ୍ୟାଗ ଅଟେ ଅନୁପମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance