Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Abstract Tragedy Inspirational

4  

Madhusmita Prusty

Abstract Tragedy Inspirational

ମୋ ମାଆ

ମୋ ମାଆ

1 min
180


ଗର୍ଭ ଧାରଣରୁ ଭୂମିଷ୍ଟ ପର୍ଯ୍ୟନ୍ତ

ସନ୍ତାନର ଯିଏ ସାହା,

ସେହି ଜନ୍ମଦାତ୍ରୀ ସ୍ନେହମୟୀ ମୂର୍ତ୍ତି

ମମତାମୟୀ ମୋ ମାଆ |


କଥା କହିବାଠୁ ଚାଲିବା ପର୍ଯ୍ୟନ୍ତ

ଆଦ୍ୟଗୁରୁ ମାଆ ମୋର,

ଝୁଣ୍ଟି ପଡିଗଲେ କୋଳରେ କୋଳେଇ

ପୋଛିଦିଏ ଲୁହଧାର |


ଅସୁସ୍ଥ ମୁଁ ହେଲେ ଉଜାଗର ରହି

ସେବା,ଯତ୍ନ ମୋର କରେ,

ବାରମାସେ ତେର ଓଷା,ବ୍ରତ କରି

ଆଶିଷ ମାଗେ ମନ୍ଦିରେ |


ନିଜେ ଭୋକେ ରହି ମୋ ପେଟ ଭରଇ

ଅନ୍ନପୂର୍ଣ୍ଣା ଅନ୍ନଦାତ୍ରୀ,

ତା ପାଇଁ ମୋହର ସୁଖେ ବିତେ ଦିନ

ଆନନ୍ଦରେ ପାହେ ରାତ୍ରି |


ମାଆ ମୋ ଜୀବନ ଭରଣ କରିଛି

ତ୍ୟାଗ,ସମର୍ପଣ ଭାବେ,

ସୁଝି ପାରିବିନି ଋଣ ମୁଁ ତାହାର

ପୂଜୁଥିବି ଅନୁଭବେ |


ମା ପୁଣ୍ୟ ଚରଣ ଗଙ୍ଗା ତୀର୍ଥ ସମ

ମନ୍ଦିର ଯିବି ମୁଁ କାହିଁ,

ତା ବରଦ ହସ୍ତ ମଥାରେ ରହିଲେ

ସଙ୍କଟ ଜିବ ଦୁରେଇ |


ମାଆ ମୋ ଜୀବନ ମାଆ ମୋର ପ୍ରାଣ

ଏ ଜୀବନ ଦାନ ତାର,

ମାଆ ଚରଣରେ କୋଟି ନମସ୍କାର

ଜଣାଏଁ ମୁଁ ବାରମ୍ବାର |



Rate this content
Log in