STORYMIRROR

Samita Swain

Tragedy

4  

Samita Swain

Tragedy

ଶେଷ ପୃଷ୍ଠା

ଶେଷ ପୃଷ୍ଠା

1 min
287

ବଡ ବିଚିତ୍ର ଏ ଦୁନିଆଟା ବନ୍ଧୁ 

ଜୀବନେ ଯନ୍ତ୍ରଣା କେତେ 

ଦାଦନ ଖଟୁଛି କିଏ ଅନ୍ଯ ରାଜ୍ଯେ

କିଏ ସହେ କଷ୍ଟ ଏତେ।।


କାହା ପେଟେ ଜଳେ ଭୋକର ନିଆଁଟା 

କିଏ ଅକାଳରେ ଝଡେ 

କାହା ଭାଗ୍ଯାକାଶେ ଆସେ ଅମାବାସ୍ଯା 

କା' ମୁଣ୍ଡେ ଚଡକ ପଡେ।।


ବେଦନାଟା କା'ର ହୁଏ ଅନ୍ତସ୍ବର 

ଶୋଷଣର ଅନ୍ଧକାରେ 

କା' ଆଖିରୁ କେତେ ଝରୁଥାଏ ଲୁହ 

କିଏ ଅବା ଦେଖିପାରେ।।


ଭୋକିଲା ପେଟର କାରୁଣ୍ଯ କାହାଣୀ 

ଅଟେ ହୃଦବିଦାରକ 

ଦାରିଦ୍ର୍ଯର ଝଡ ଭାଙ୍ଗି ଦିଏ ନୀଡ 

 ବିଷମ ଦୁଃଖ ଦାୟକ।।


ମାନବିକତାଟା ମରି ମରି ଯାଏ 

ସ୍ବାର୍ଥଟା ଉତ୍କଟ ବ୍ଯାଧି 

ବିଷବଳୟରେ ଜୀବନର ନାଆ

ଭାସି ଚାଲେ ଅଦ୍ୟାବଧି।।


ଆଖିର ନିଦରେ ଭୋକର ଲହଡି

ଦେଖାଯାଏ ଛାଇ ପରି

ଭାଙ୍ଗିଯାଏ ନିଷ୍ଠା ବିଶ୍ବାସର ସ୍ବପ୍ନ 

ନିଃ ଶବ୍ଦରେ ମରିମରି।।


ଅନିତ୍ୟ ସଂସାରେ ସଦା ସତ୍ୟ ଦୁଃଖ 

ଲୁହ ହୋଇଯାଏ ଝରି

ବ୍ଯଥାର ଲହୁରେ ଲେଖି ଲେଖି ଏଠି

ଶେଷ ପୃଷ୍ଠା ଯାଏ ସରି।।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy