STORYMIRROR

saroj kumar das

Tragedy

4  

saroj kumar das

Tragedy

ଧରଣୀ କାନ୍ଦୁଛି ଅମ୍ଳଜାନ ପାଇଁ

ଧରଣୀ କାନ୍ଦୁଛି ଅମ୍ଳଜାନ ପାଇଁ

1 min
169


ଘର ଢ଼ିଙ୍କି ଆଜି କୁମ୍ଭୀର ସାଜିଛି

      କାହାକୁ କହିବି ଯାଇଁ

ନିଜ ଗୋଡ଼କୁ ଯେ ନିଜେ ଚୋଟ ମାରି

      କାନ୍ଦୁ କାହିଁ କଇଁ କଇଁ,।


ସୁନ୍ଦର ସବୁଜ ଥିଲା ଏ ପୃଥିବୀ

      ନିଜେ କଲୁ ମରୁ ଭୂମି

ଜଙ୍ଗଲ କାଟିତୁ ନର ତୋଳିଲୁ

     କାନ୍ଦେ ଏ ଭାରତ ଭୂମି,।


ସାରା ପୃଥିବୀକୁ ଅମ୍ଳଜାନ ଦେଇ

          ନିଜେ ଯିଏ ହସୁଥିଲା 

ତୋର ଏ ମୂର୍ଖାମୀ ଅପ କର୍ମ ପାଇଁ

       କାନ୍ଦି କାନ୍ଦି ଆଜି ମଲା,।


ବୃକ୍ଷ ଟିଏ ଦିନେ ରୋପଣ କଲୁନି

      ପ୍ରକୃତିର ବର ଦାନ

ନବୁଝି ନଶୁଝି ଛେଦନ କରିଲୁ

     ଶେଷ ହେଲା ଅମ୍ଳଜାନ,।


ଧରିତ୍ରିର ଏହି କରୁନ କାନ୍ଦଣା

        ଶୁଣିବୁତୁ କେତେ ଦିନ

ବିକଳ୍ପ କି ଅଛି ସଂସାରରେ ଯଦି

           ହ ତୁ ପରିବର୍ତ୍ତନ,।


ନିଜେ ଲଗାଇବୁ କୋଟି କୋଟି ବୃକ୍ଷ

          ଅନ୍ୟ ଦ୍ୱାରା ଲଗାଇବୁ

ଧରିତ୍ରୀ ମା ତ ହସିବ ଯେ ପୁଣି

          ଅନ୍ୟ ମୁଖେ ହସ ଦେବୁ,।


ମରିବେନି କେହି ଅମ୍ଳଜାନ ବିନା

         ଧରା ପୃଷ୍ଠ ବଞ୍ଚି ଯିବ

ସମସ୍ତେ ହସିବେ ଦୁନିଆରେ ପରା

           ଯିବ ଜଗତ ରହିବ,।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy