STORYMIRROR

DR PRASANTA KUMAR BISWAL

Tragedy

4  

DR PRASANTA KUMAR BISWAL

Tragedy

ଅବର୍ତ୍ତମାନେ ଚିରବର୍ତ୍ତମାନ

ଅବର୍ତ୍ତମାନେ ଚିରବର୍ତ୍ତମାନ

1 min
224


ହେ ମନୋଜ:::::::

ସତେ ଅବା ପ୍ରସ୍ଫୁଟିତ ସରୋଜ

ଲାଗ ଯେମିତି ଅତି ଆପଣାର, 

ଅତି ପ୍ରିୟ ମମ ଆତ୍ମଜ ।

ଅନାସକ୍ତ କରିଥିଲା ତୁମକୁ ବିଷୟ ଲାଳସା

କଲେଜ ବୃତ୍ତିଛାଡି ସାଜିଲ ଆଧ୍ୟାତ୍ମିକ ଅନ୍ବେଷା 

ପଣ୍ଡିଚେରୀ ପୂର୍ଣ୍ଣ କଲା ଜୀବନ ଜିଜ୍ଞାସା 

ଯେତେ ତୁମ ସୌରଭ ସଂଚରିଲା ସହସା 

ଅବର୍ତ୍ତମାନେ ଯଶୋଦେହ ଚିରବର୍ତ୍ତମାନ 

ଇହଠୁ ପର ଯାଏ ତୁମେଇ ତ ଅମ୍ଳାନ। 

ଦେହ ଠୁ ଦେହାତିତ,ନୀରବତାରେ ଋଦ୍ଧିମନ୍ତ ।

ଗାଁ ଠୁ ସହର,ଅଗଣା ଠୁ ପ୍ରାନ୍ତର

ସ୍ମୃତି ତବ। ବିଛ୍ଛୁରିତ,

ସବୁଠି ବିଦ୍ୟମାନ। 

ଶତାବ୍ଦୀର ବିକଳ ଆର୍ତ୍ତନାଦରେ

ରାହା ଦିଏ ତୁମ ଦର୍ଶନ

ବିଷାଦ ହୃଦୟେ ଗୁଞରୀଦିଅ ବଂଶୀସ୍ବନ

ଦଳିତ ପ୍ରାଣରେ ବିଞ୍ଚିଦିଅ କେତେ ଫଗୁଣର ଜହ୍ନ ।

ସାରସ୍ବତ ସାଧନାର ତୁମେ ଶ୍ରଦ୍ଧାଶୀଳ ଉଚ୍ଚାରଣ ,

ବକ୍ତବ୍ଯ ପ୍ରାଣର ଦିବ୍ୟ ଶିହରଣ।

ଭାଷା ସାହିତ୍ୟର ତୁମେ ସାର୍ଥକ ସାରଥି 

ସୃଷ୍ଟି ତବ ମଣିକାଂଚନ ସମ ଝଟକେ ନିରବଧି ,

ବିଶ୍ବଦରବାରେ ଆମକୁ କରିଛ ପରିଚିତ

ତୁମ ଲେଖନୀରେ ଭାରତୀ ବି ଗର୍ବିତ 

ମହାରଥୀ ଲେଖନୀ ନିରବୀ ଯାଇଛି

ବାଲେଶ୍ବର ରୁ ପଣ୍ଡିଚେରୀ ଆଜି ବି ଝୁରୁଛି 

ଶୋଇଗଲା ଐରାବତ ଦେଶକରେ ପ୍ରଣିପାତ

ପ୍ରତିମାନସେ ତବ ପ୍ରତିଭା ନାଚୁଛି, 

ମରଣ ବି ହାର ମାନୁଛି,ମର ଶରୀର ଅମର ହୋଇଛି ।

ମାନସ ମନ୍ଥନ ଆଜି ଏକାନ୍ତ ପ୍ରୟୋଜନ 

ତୁମ ବିଚାରଧାରା କେବଳ ଅନୁଶୀଳନ

ସାମ୍ପ୍ରତିକ ସ୍ଥିତିରେ ଅନୁପ୍ରାଣିତ ହେଉ

ସକଳ ତୁମ ଜୀବନ ଦର୍ଶନ ।

ସାର୍ଥକ ନିଶ୍ଚୟ ହେବ ଅଦ୍ୟ ଦିବସେ 

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ::


Rate this content
Log in

Similar oriya poem from Tragedy