STORYMIRROR

DrSarbeswar Sena

Tragedy

3  

DrSarbeswar Sena

Tragedy

ଚଇତି ଵାଆ

ଚଇତି ଵାଆ

1 min
254

ଥିରିଥିରି ଵହେ ଚଇତି ଵାଆ ଶିରି ଶିରି ମଲ୍ଲୀ ମହକ,

ଚଇତି ରାତିର ଜୋଚ୍ଛନା ମଖା ତମ ମରମୀ ଆଖିର ସରମୀ ମାଦକ।

ଦିନ ସରିଯାଏ ରାତି ଗଡ଼ି ଯାଏ ଛନକା ଦିଏ ଶେଷ ଯାମିନୀର ସ୍ମୃତି,

ସ୍ମୃତି ନେହେଁ ସେତ କାଳ ବଇଶାଖୀ ଭିଜା ଵରଷାର ଅକୁହା ଭୀତି।

ତମେ ବରଷା ରାତିରେ ଉଷୁମା ତାତିରେ ଖୋଜୁଥିଲ ନୀଳ ଜହ୍ନ,

ସୁନା ସରଗରେ ରୂପେଲୀ ଚାନ୍ଦ ସେ ତମେ ପରା ହୃଦ ଆକାଶରେ ଅଲିଭା ଚିହ୍ନ।

ଦୂରେ ଵହୁଦୂରେ ସରଗ ସେପାରେ ସଞୁଆ ତାରାର ରୋଷନି,

ଗହମ କ୍ଷେତରେ ସଜ ଜୋଚ୍ଛନାର ନସମା ଲହରୀ ପରାଣ ନିଏ କିଣି।

ନହୁଲି ରାତିର ମିଠାମିଠା ସପନ ଚୋରେଇ ନିଏ ଛଳିଆ ପଵନ,

ପରି ରାଇଜ କୁହୁକ କିମିଆ ତମେ ଗହନ ଵନ ସପନ।

ତମ ଦେହେ ଵୋଳା ରଙ୍ଗର ରୋଷଣୀ ତମେ ତ ରଙ୍ଗବତୀ,

ଯୋଗୀ ପୁଅ ଗାଏ ସୁରିଲା ଗଜଲ ତମେ ମନ ମନ୍ଦିରରେ ପ୍ରୀତିର ଆଳତି।

କେତେ ଯତନରେ ସଜେଇ ଦେଲ ସପନ କୁଡିଆ ନିତି ସଜ ସୁପାତି,

ହେମ ହରିଣୀ ପାଇଁ ଅଳିକଲ ମାନିଲନି ମନା ଵିଭୋର କଲା ମଉସୁମୀ ତାତି।

ତମେ କେତକୀ ବନର ମହୁଲି ମହକ ନୂପୁରର ରୁଣୁଝୁଣୁ ମଧୁ ଝଙ୍କାର,

ହେମ ହରିଣୀ ସାତ ସପନ ତମେ ନିଶୂନ ରାତିର ଓଁକାର।

ରଙ୍ଗ ଚଇତାଳି ଚୁପି ଚୁପି କାନେ କହେ ସୁନାହରିଣୀ ସେ ପରା ରଙ୍ଗଵତୀ!

କେଵେ ସେ ଅଶିଣ,କେଵେ ମଗୁଶିର ଝରା ଶେଫାଳିର ଅଲିଭା ପୀରତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy