STORYMIRROR

DrSarbeswar Sena

Tragedy

3  

DrSarbeswar Sena

Tragedy

ଵରଷା ରାଣୀ ଆଖିରେ ଲୁହ

ଵରଷା ରାଣୀ ଆଖିରେ ଲୁହ

1 min
209

ଅଧା ରହିଗଲା ଵରଷା ରାଣୀର ଅକୁହା କଥା,

ଝରିଝରି ଯାଏ ତା' ଆଖିର ଲୁହ ପରାଣେ ଦିଅଇ ଵଥା।

କେତେ ଯତନରେ ସଜାଡି ଥିଲା ତା' କଳାମେଘୀ ପାଟ ପଣତ,

ଅଦିନିଆ ବାଆ ଅଣଚାଶ କୋପ ଉଜାଡି ଦେଲା ତା' ସପନ କ୍ଷେତ।

ଦୂର ପରଵତେ ମେଘମହ୍ଲାର ସାଥେ ଛମ୍ ଛମ୍ ପାଉଁଜି ଥରାଇ ଦଉଛି ଛାତି,

ମନ କିଣିନେଲା ସପନ ରାଇଜେ ସେ ତ ଅଲିଅଳୀ ମେଘ ରାଇଜର ରସବତୀ।

ଫି ସନ ଆସେ ଆଷାଢ଼ କଳା ମିଟି ମିଟି ଘନ ଘୋର ଗରଜନ ରାତି,

କେତେ ଯେ ସପନ ରଜନୀ ଗନ୍ଧାର ବାସ ତଥାପି ବୁଝେନା ହିଆର ତାତି।

ଝରା ଆଷାଢ଼ରେ ପହିଲି ପରଶ ମହମହ କିଆ କେତକୀର ଵାସ,

ପାଦରେ ଅଳତା ମଥାରେ ଓଢଣୀ ଚହଟା ସଜ ମଲ୍ଲୀ ସଜା ଗଭା କେଶ।

ହୁରି ପଡ଼ିଗଲା ରଙ୍ଗ ଚାଲି ଗଲା ଗହୀର ପାଟେ ହାଙ୍କୁ ଧାବଲ ବୋଲ,

ଘାଟିଆ କହିଲା ଏଇ ପାରିକରି ଦେଲି ଏଇଠି ଦେଖିଵି ଫେରି ଅନାଉଣୀ ହାଲ।

ଦିନ ସରି ଗଲା ରାତି ଘନେଇଲା ଆଷାଢ ଫେରିଲା ରଙ୍ଗ ଚାଲି ଗଲା ବାପଘର,

ନଥିଲେ ନାଆ ନାଉରିଆ ଉତ୍ତୁରା ନଈରେ ଲୁଚକାଳି ଖେଳ ପୂବେଇ ବାଆର।

ମନ ଆଇନାରେ ରଙ୍ଗଵତୀର ଅଲିଭା ସେ ମଧୁମଖା ଵରଷା ତାତି,

ମେଘ ଗରଜିଲେ ଦୂର ପରଵତେ ସରସି ଯାଏ ବରଷା ଭିଜା ଅକୁହା ସ୍ମୃତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy