STORYMIRROR

DrSarbeswar Sena

Tragedy

3  

DrSarbeswar Sena

Tragedy

ନଈ ସେପାରିରେ ମୋ ପ୍ରିୟା

ନଈ ସେପାରିରେ ମୋ ପ୍ରିୟା

1 min
221

ମୋ ପ୍ରିୟା ଆସିବ ମେଘ ଶବାରିରେ ଚଗଲି ଆଷାଢ଼ ଦେଲା ଆଡ଼ ରୁଷା,

ଅମାନିଆ ଢେଉ ଲିଭେଇ ଦେଲା ତା ପାଦର ଅଳତା ସାକ୍ଷୀ ସେ ପଉଷ ଉଷା।

ଦରିଆ କୂଳରେ ସ୍ମୃତି ସାଉଁଟିଲି ଦରିଆ ରଜା କହିଲା ନା ରେ ନା,

ଗରଭେ ମୋର ସାଇତା ଶାମୁକା ମୁକୁତା ଖୋଜିଵୁ ଆରେ ଆ।

ଅତି ଯତନରେ ଅଣ୍ଟି ସଜେଇଲି ଅପୂରା ରହିଲା ଫାଟି ଯାଉଥିଲା ଛାତି,

ସନ ସନ ଵାଆ ଉତାଲା ଲହରୀ ଘନଘୋର ଗରଜନ ନିଶୂନ ରାତି।

ଦରିଆ ରାଣୀକି ମାଗିଲି ସୁନା ଇଲିସ ମରୁକି ହସୁ ଥିଲା ଆକାଶେ ଶଶି,

ନୀଳକଇଁ ନୟନା ମାନ ମୟୀ ସେତ ତୋ ଵାଟ ଚାହିଁଚି ସେ ପରା ସୁନା ଇଲିସ!

ଧୁଧୁ ସଞ ଚୋରା ଚଇତି ରାତି ଉଡେଇ ନଵ ମୋ ପ୍ରିୟା ପଣତ ମଳୟ ବାଆ!

କେଡ଼େ ଯତନରେ ସଜାଡି ଥିଲା ତା ପିନ୍ଧା ପଣତ କାନି ମନୁଆ ଵାଆଟା ଏଡେ ଅମାନିଆ?

ହିଆ ବିଦାରିଲା ଚହଲା ସପନ ଆଉ ନାହିଁ ରାତି ପାଉନି କୂଳ ହୋସ ଯାଉଚି ଉଡି,

ଘାଟିଆ ଭାଇକି ପଚାରି ଦେଲି  ମୋ ରଙ୍ଗବତୀ କଥା ଗଣି ଦେଲି ଦି' କଉଡି।

ଭରା ନଈ ଛାତି ନାଆ ଟଳମଳ ନାଉରି ଓଠରେ ମରୁକି ହସ,

ପାରିକୁଦଗଡ଼ ରଙ୍ଗବତୀକୁ ପାରି କରି ଦେଲି ଆଉ ପଚାରୁଛ କିସ?

ମେଘ ହସୁଥିଲା ଦୂର ରାଇଜରେ ଝରଝର ଝରି ବରଷା ଉପରେ ରୋଷ,

ରଙ୍ଗ ଚାଲିଗଲା ହାଟ ସାରି ଦେଲା ଧାରା ଶିରାଵଣେ କାହିଁ କି ଏ ଅଵୁଝା ଶୋଷ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy