STORYMIRROR

DrSarbeswar Sena

Romance

4  

DrSarbeswar Sena

Romance

ତାରାରାଇଜରେ ରଙ୍ଗଵତୀ

ତାରାରାଇଜରେ ରଙ୍ଗଵତୀ

1 min
212

ଭୁଲିବାକୁ କହି ଭୁଲିଗଲ ତମେ ଭୁଲାଇ ପାରିଲ ନାହିଁ, 

ଭୁଲିଵା ଯଦି ଶେଷ କଥା ଭଲ ପାଉଥିଲ କାହିଁ? 

ଅଦିନ ଵଉଦ ଅଦିନେ ଵରଷେ ଉତ୍ତାପ ତ ଥମିଯାଏ, 

ଝରା ଵରଷାରେ ନଈ ସେପାରିରେ ସରମୀ ଚାନ୍ଦ ନରମି ଯାଏ।

ନିଶୁନ ରାତିରେ ନିଝୁମ ଅନ୍ଧାର ତମ ତନୁତନିମାର ଝରା ଶିହରଣ, 

ମହକା ପବନ ନହକା ଲତାରେ କଅଁଳ ଛୁଆଁର ଶୀତଳ ମହଳନ। 

ଉତ୍ତୁରା ଶିରାଵଣ ଭିଜାଭିଜା ସପନ ସାତସପନର ରାତି, 

ଅସରା ପୀରତି ଅଧୁରା ଗୀତି କୁହୁକ ରାତିର ଭୀତି। 

ଚୂନା ଚୂନା ସ୍ମୃତି ରୁପା ଫରୁଆରେ ସାଇତା ସପନ ରହିଲା ଅଧା, 

ଦିନ ସରିଯାଏ ରାତି ହଜିଯାଏ ଵିକଳ ପରାଣ ତଵ ପାଶେ ଏବେ ବନ୍ଧା।

ଗହିର ପାଟରେ କେରିକରି ଧାନ ଶିରିଶିରି ଭୋଦେଇ ଵାଆ, 

ଵୁକୁଥରା ତମ ପାଦପାଉଁଜିର ରୁଣୁଝୁଣୁ ସୁର ଆଉ ଶୁଭିବନି ପରା! 

ଅଳପ ଦିନରେ ଗଳପ ସରିଲା ଚହଟିବ ସୋରିଷ କ୍ଷେତର ଵାସ,

ଭିଜା ବସନରେ କଳସୀ ଅଳସୀ ମରାଳ ଗମନୀର ମଉଳା ଵାସଵେଶ। 

ରଙ୍ଗବତୀ ସେତ ମାଣିକ ପାଟଣା ହାଟରେ ହାଟୁଆର ହଟ ଦେଖିଲା, 

ହଟରେ ହଟିଲା ଛଟକ ଅଟକ ଫେରିଅନାଉଣି ପରାଣଟା ଯାହା ଦହିଲା। 

ନାଆ ଲଗେଇଲା ନାଉରିଆ ଆସି ତାରା ରାଇଜରେ ରଙ୍ଗର ଅଦେଖା ଉଆସ, 

ଭଲପାଇ ଶେଷେ ପରକରିଦେଲା ରଙ୍ଗ ଅଗଣାରେ ଏଵେଵି ମହକେ ତମ ଵୁକୁଥରା ହସ ସରସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance