STORYMIRROR

Bunee Tripathy

Tragedy Others

3  

Bunee Tripathy

Tragedy Others

ବାପୁଙ୍କ ସପନ

ବାପୁଙ୍କ ସପନ

1 min
191


ଗରିବ ବାପୁଡ଼ା ପାରେନାହିଁ ଦାନା

   ନାହିଁ ତା'ର ବାସସ୍ଥାନ

ଖଟିଖଟି ସିଏ ବୁଝାଏ ତ ଝାଳ

   ଧନ୍ୟ ହୁଏ ଧନବାନ।


ସ୍ବାଧିନ ଦିବସେ ଉଡୁଛି ତ୍ରିରଙ୍ଗା

   ଦେଶେ ଖୁସିର ଲହରୀ

ଦରିଦ୍ର ବୁଝେନା ସ୍ବାଧୀନତା ମୂଲ୍ୟ

   ଭୋକେ ହୁଏ ସେ ବାଉଳୀ


ବାପୁଙ୍କ ସପନ ରାମରାଜ୍ୟ ଥିଲା

   ସଭିଏଁ ସମାନ ହେବେ

ଦାନା,କନା,ବାସ ସଭିଙ୍କୁ ମିଳିବ

   ଗରିବ ନଥିବେ ଭବେ।


କାହିଁ ଗଲା ଆଜି ସେହି ରାମରାଜ୍ୟ

   ସ୍ବାଧୀନତା ଖାଲି ଉତ୍ସବ

ତ୍ରିରଙ୍ଗା ଉଡାଇ ଜନଗଣ ଗାଇ

  ପାଳନ୍ତି ତ ମଉତ୍ସବ।


ଏ ଦେଶ ଜନତା ଭୋକରେ ମରିବେ

   ଏହି କଣ ସ୍ବାଧୀନତା

ଗରିବ ଦାନାରେ ପକାଇଣ ଧୂଳି

   ଡିଣ୍ଡିମ ପିଟେ ବହୁତ।


ପ୍ରଥମ କର୍ତ୍ତବ୍ୟ ଅଟଇ ଆମର

   ସଭିଙ୍କୁ ଦେବା ଆହାର

ରହିବାକୁ ବାସ ପିନ୍ଧିବାକୁ ବସ୍ତ୍ର

  ସ୍ବାଧିନ ହେବ ସାଗର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy