ପବିତ୍ର ରାକ୍ଷୀ ବନ୍ଧନ
ପବିତ୍ର ରାକ୍ଷୀ ବନ୍ଧନ
ରଜନୀ ପ୍ରଭାତରେ ଥମିଯାଏ ମାରୁତ
ମୋର ପ୍ରତି ନିଃଶ୍ଵାସରେ,
ଅଜସ୍ର ଭଉଣୀ ଜନ୍ମିତ
ଏଇ ଅସୁରକ୍ଷିତ ନଜରରେ ।
ରାଜରାସ୍ତା ଅବା ବନ୍ଦ କୋଠରୀରେ
ବଧୂହତ୍ଯା ନାରୀକୁ ନିଏ ଓଟାରି,
ନିଜ ଆଉ ପରର ଏଇ ଫରକ ଭିତରେ
ଶିଶୁ କନ୍ୟାକୁ ହୁଏ ପାଶୋରି ।
ସକଳ ଧୂପ କିବା ସଞ୍ଜ ଆଳତିରେ,
ମାଗେ ଭିକ୍ଷା ଭାଇ ମୋର ହେଉ ଜଗତଜିତା
ନାହିଁ ସ୍ଥାନ ଏହି ଅନ୍ତପୁରେ
ସର୍ବ ରୂପେ, ଗୁଣେ ସ୍ଥିତି ତା'ର ଅନିନ୍ଦିତା ।
କାହିଁକି ମୁଁ ଯେ ନୀରବତା ?
ଆଜିର ଏଇ ଦିବସରେ
ସେ ଯେ ଚରିତ୍ରର ନୈତିକତା,
ଏଇ ଭ୍ରଷ୍ଟାଚାର ସମାଜରେ ।
ସୁରକ୍ଷାର ଭରଷା ଦିଅ ସାଥି
କେବେ କେଉଁ ଭଉଣୀର,
ହେବାକୁ ଦେବ ନାହିଁ ତୁମ ଆଖି
ଲୋକହସା ଅବା ହେଉ ଅସ୍ମିତା ହନନ,
ଆସୁଥାଉ ଏମିତି ବରଷକୁ ଥରେ
ଏଇ ଆମ ପବିତ୍ର ରାକ୍ଷୀ ବନ୍ଧନ ।