STORYMIRROR

Nalini Subudhi

Tragedy

3  

Nalini Subudhi

Tragedy

ମା

ମା

1 min
128


କାହିଁ ଲୁଚି ଗଲୁ କଳା ବାଦଲ ରେ

ଖୋଜୁଛି ତତେ ଲୋ ମାଆ । 


ତୋ ପଣତ ଛାଇ ନାହିଁ ମୋଅ ପାଇଁ

ବିପଦେ କେହେବ ସାହା । 


ଆଖିରୁ ବୋହିଲେ ଅମାନିଆ ଅଶ୍ରୁ

ପୋଛି ଦେଉ ପଣତରେ  । 


ସୁଖୀଥିଲେ ମୁହଁ କୋଳେଇ ନେଉତୁ

ତୋର ବିଶାଳ ଛାତିରେ  । 


କେତେ ଉପଦେଶ ଦେଉଥିଲୁ ନିତି

ଚରିତ୍ର ସଂଯମ ପାଇଁ । 


ଦୁନିଆ ରେ ଆଜି ଆହା କରିବାକୁ

ସାହା ମୋର କେହି ନାହିଁ । 


ଫେରିଆଲୋ ମା ଖୋଜୁଛି ତୋଛୁଆ

ଫେରିଆ ମୋ ପାଖକୁ । 


ତୁ ନାହୁଁ ବୋଲି ଝୁରୁଛି ମୋ ଆତ୍ମା

ଚାହୁଁଛି ଦିଗ୍ ବଳୟକୁ  । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy