ଦୁଃଖୀ ମଣିଷ ମୁଁ ଦୁଃଖୀ ମଣିଷ
ଦୁଃଖୀ ମଣିଷ ମୁଁ ଦୁଃଖୀ ମଣିଷ
ଦୁଃଖୀ ମଣିଷ ମୁଁ' ଦୁଃଖୀ ମଣିଷ
କରୋନାରେ ଗଲା ଚାକିରି ଆଶ
ଦାନା-କନା ପାଇଁ ମନ ମୋ' ବିଷ
ଅଭାବେ ସ୍ବଭାବ ହୁଅଇ ଶେଷ ॥
ଅଥୟ ହେଲାଣି ସଂସାର-ବାସ
ଭାବିଲେ ବଢେ ମୋ' ଶ୍ବାସ-ପ୍ରଶ୍ବାସ
ଦୀନବନ୍ଧୁ କୁହ ଇଏ କି ଯଶ !
କି'କାରଣେ ମୌନ ହେ'ପୀତବାସ ॥
ପତିତପାବନ ହୋଇ କେମିତି ଅଛ
ଭକତର ଭକ୍ତି ଅବା କି' ଦୋଷ
ପତିତ ଦୁଃଖରେ କେମିତି ହସ !
ଦୀନ ମାଥ ପରେ ଦିଅ ଆଶିଷ ॥
