STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ନୀତି ନାହିଁ

ନୀତି ନାହିଁ

1 min
208

   

   ନୀତି ନାହିଁ କି ଆଦର୍ଶ ନାହିଁ

   ନେତା ହେବାକୁ ଆମେ ହାଇଁ ପାଇଁ

   ଶିକ୍ଷା ନାହିଁ କି ଦୀକ୍ଷା ନାହିଁ

   ଆସନ ପାଇଁ ଆମେ ହେଉ

   ଦିନ ରାତି ବାଇ ।


   ପ୍ରୀତି ନାହିଁ କି ଲୋକଙ୍କ ର

   ପ୍ରଗତି ପାଇଁ ଚିନ୍ତା ନାହିଁ

   ମିଛ ପ୍ରତିଶ୍ରୁତି ମିଛ ଭାଷଣରେ

   କ୍ଷମତା ଚଉକି ହାତେଇବା ପାଇଁ

   ବାହୁବଳ ଅର୍ଥବଳକୁ ଦେଉ ଲଗାଇ

   ହେଲେ ଆମର

   ନୀତି ନାହିଁ କି ଆଦର୍ଶ ନାହିଁ ।


   ବିଶ୍ଵାସେ ବିଷ ଆମେ ଦେଉ ଭାଇ

   ଉନ୍ନତି, ପ୍ରଗତି ଓ ବିକାଶର କଥା କହି

   ଜନତାଙ୍କୁ ଆମେ ଭୁଆଁ ଦେଉ ବୁଲାଇ

   ବେକାରୀ, ଭିକାରୀ ସୃଷ୍ଟି କରୁ ଆମେ

   ଆମ ର ନୀତି, ଆଦର୍ଶ କିଛି ନାହିଁ

   ରୋଜଗାରକ୍ଷମ ମଣିଷ ତିଆରିବା ପାଇଁ

    ଆମ ପାଶେ କିଛି ଉଦ୍ୟମ ନାହିଁ ।


   ପର ତଣ୍ଟି କାଟି ପର ଧନ ଲୁଟି

   ଶୋଷିବା ଲକ୍ଷ୍ୟ ଅଟେ ଆମର ଭାଇ

   ଜୀବନ, ଜୀବିକା, ଶିକ୍ଷା, ସ୍ଵାସ୍ଥ୍ୟ ପାଇଁ

   ଆମର ଉଦ୍ୟମ ମୋଟେ ନାହିଁ

   ସବୁ ନାହିଁ ନାହିଁ ରେ 

   ଆମ ରାଜନୀତି ଚାଲେ ଭାଇ

   ଲାଞ୍ଚ, ମିଛ ଓ ତୋଷାମଦ ରେ

   ଆମ ଶାସନର କଳ ଚାଲେ ଘାଇଁ ଘାଇଁ

   ଆମର ନୀତି ନାହିଁ କି ଆଦର୍ଶ ନାହିଁ ।


   କୃଷି ଓ କୃଷକପାଇଁ ଆମର

   ସ୍ଥାୟୀ ଯୋଜନା କିଛି ନାହିଁ

   ଶ୍ରମିକ ଆଖିର ଲୁହ ପୋଛିବାର

   ପ୍ରଚେଷ୍ଟା ଆମର ନାହିଁ

   ଭାଇ ହାତେ ଭାଇର ହତ୍ୟା କରିବାକୁ

   ଆମେ ପଛାଉ ନାହିଁ

   ଜନ୍ମ ଠାରୁ ମୃତ୍ୟୁ ଯାଏଁ

   ଯୋଜନା କରୁ ଆମେ ମାଳ ମାଳ ଭାଇ ।


   ପାଟି ପୂରାଇ ଆମେ ପେଟ ପୂରାଇବାକୁ

   ସବୁ ଦିଗକୁ ବନ୍ଦ୍ କରିଦେଉ ଆମେରେ ଭାଇ

   ଆମେ ନେତା ଆମେ ଶାସନ ପ୍ରଶାସନ କଳର

   ମୁଖ୍ୟ ହୋଇ ରହି

   ସର୍ବହରାର ଦୁଃଖ ଦୁର୍ଦ୍ଦଶାକୁ 

   ଆଖି ବୁଜି ଦେଉଥାଇ

   ଆମେ ରକ୍ଷକ ଆମେ ଭକ୍ଷକ

   ଦେଶ, ବିଶ୍ଵ ଓ ମାନବ ସଭ୍ୟତାର

   ଚିନ୍ତା କେବେ କରୁ ନାହିଁ

   ଆମେ ନେତା ଆମେ ହର୍ତ୍ତା କର୍ତ୍ତା

   ଜନ ସମାଜର ଦଇବ ବିଧାତା

   ହେଲେ ଆମର ନୀତି ନାହିଁ କି ଆଦର୍ଶ ନାହିଁ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract