STORYMIRROR

Salila Sarangi

Tragedy

3  

Salila Sarangi

Tragedy

ସମ୍ପର୍କ

ସମ୍ପର୍କ

1 min
294


ଦିନ ସରିଯାଏ ରାତି ବିତିଯାଏ

ପେଶି ହେଉଥାଏ ମନ

ନ ଆସେ ଜୀଵନେ ମଳୟ ବସନ୍ତ

ଶୁଭେ ନାହିଁ ପିକ ସ୍ବନ।


ଯନ୍ତ୍ରଣାରେ ସିକ୍ତ ଜୀଵନ ଏହି ତ

ଵଞ୍ଚିତ ମୃତ ସମାନ

ଦୁନିଆ ଭିତରେ ଖୋଜି ବୁଲୁଥାଏ

ମିଛ ସମ୍ପର୍କର ମାନ।


କିଏ ଆପଣାଇ କିଏ ଅଵା ପର

ସଭିଏଁ ଯେ ସ୍ଵାର୍ଥପର

ମରୀଚିକା ପଛେ ଧାଉଁ ଥାଏ ମୁଁ ଯେ

ତୋଳିବାକୁ ବାଲିଘର।


ଦୁଃଖର ସାଗରେ ଡୁଵି ଯାଉଥାଏ

ଜୀବନର ଛୋଟ ନାଆ

ଵାହାନା ଦେଖାଇ ନ ଆସନ୍ତି କେହି

କହିବାକୁ ପଦେ ଆହା।


ନିସ୍ତବ୍ଧ ରାତିର ଘନ ଅନ୍ଧକାରେ

ମନ ପକ୍ଷୀ ଝୁରୁଥାଏ

ସ୍ଵାର୍ଥୀ ଦୁନିଆର ଏ ରଙ୍ଗମଞ୍ଚ ରେ

କେତେ ଅଭିନୟ ହୁଏ।


ନିଗିଡ଼ି ଆସଇ ଚାତକି ନୟନୁ

କୋହର ଦି ଟୋପା ଲୁହ

ଚତୁଃପାର୍ଶ୍ଵୁ ପରା ଛିଡି ଯାଉଥାଏ

ସମ୍ପର୍କ ର କୁଟାଖିଅ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy