STORYMIRROR

Manas Ranjan Nayak

Tragedy Classics Inspirational

3  

Manas Ranjan Nayak

Tragedy Classics Inspirational

ଭୋକର ଭୂଗୋଳ

ଭୋକର ଭୂଗୋଳ

1 min
232

ବୁକୁତଳେ ହୃତପିଣ୍ଡର ଦକ୍ ଦକ୍ ସ୍ପନ୍ଦନ ଅବା ଜୀବନର ଦହନ ?

ଜୀବନ ଜୀଇଁବାକୁ ଲୋଡା ଚାଖଣ୍ଡେ ଉଦରରେ ଆଶୁ ଈନ୍ଧନର ସନ୍ଧାନ

ଏନ୍ତୁଡ଼ିଶାଳରେ ମାତୃ ସ୍ତନପାନେ ପରିତୃପ୍ତ ଏକ ଭୋକର ଅତୃପ୍ତ ଇସ୍ତାହାର

ଜୀବନ ନିର୍ବାଚନେ ଅଣ୍ଟା ବାନ୍ଧେ ଥରେ କରିବ ଭୋକର ନିରପେକ୍ଷ ପ୍ରଚାର ।


ଚତୁର୍ଦ୍ଦିଗେ ଶୁଭେ ବିକାଶର ହୂଳହୂଳି, ପୁଣି ଭୋକର କୋଳାହଳ! 

 ଭୋକ ପାଇଁ ପିତା ହାତେ ଭିକ୍ଷା ଥାଳ, ଚିହ୍ନି ପାରେ ସମ୍ପର୍କର ହଳାହଳ

ବଦଳେ ଭୋକର ଖୋରାକ୍, ଆହାର କେନ୍ଦ୍ରରୁ ପଞ୍ଚ ତାରକା ହୋଟେଲ୍ ଯାଏ

କ୍ଯାନ୍ସର୍ ଆକ୍ରାନ୍ତ ପୁଅ ପାଇଁ, ଭୋକ ବିକି ମା' ଟିଏ ରାସ୍ତାକଡେ କାନି ପାତିଥାଏ ।


ଅପରିବର୍ତ୍ତିତ ଭୋକର ଇତିହାସ ଏବେବି, ହେଲେ ବଦଳୁଛି ଭୂଗୋଳ

ଥମି ନାହିଁ ତା’ର ପେଟ ଭୋକ,ଅହର୍ନିଶି ବହ୍ନି ଜାଳେ ଚର୍ମ ସୁଖେ ପାଗଳ

ଚେତନାଶୂନ୍ୟ ପାଠ୍ୟ ସାରଣୀରେ ଅନ୍ତର୍ଗତ ଯାହା ଖାଲି ଭୋକ-ଭିକ୍ଷା ଶିକ୍ଷା

ବୁଝିହୁଏ ନାହିଁ ଦେଉଳ ଭିଡ, ଭିକ୍ଷା ପାଇଁ ଭୋକ ଅବା ଭୋକ ପାଇଁ ଭିକ୍ଷା ।


କେବେହେଁ ଭୋକ ଅନୁଭବିନଥିବା ଲୋକର, ଅସରନ୍ତି ଲୋଭ ଅପ୍ରମିତ

ଭୋକ ଦାଉ ସାଜେ, ଅବଶେଷେ ତା'ର ସ୍ବହସ୍ତେ ନିଜ ଜୀବ ଦୀପ ଅସ୍ତମିତ

ଗଣତନ୍ତ୍ର ଆଉ ସାର୍ବଭୌମ୍ୟ ରାଷ୍ଟ୍ରେ ସାମ୍ୟଵାଦର ଦିବାରାତ୍ରି ବଳାତ୍କାର

 ଅଟ୍ଟହାସ୍ଯ କରେ ଅଟ୍ଟାଳିକା ଶୁଣି ଦାଦନ ପେଟର ଭୋକ ଆର୍ତ୍ତଚିତ୍କାର ।


ଫି ନିର୍ବାଚନେ କଳଗାଉନାରେ “ଗରିବୀ ହଟାଅ ଭୋକ ମିଟାଅ” ଦୃଢ଼ୋକ୍ତି

ଭିକ୍ଷା ଥାଳରେ ଭୋକ ମନ୍ତ୍ର ଜପି ସେ କି ପାଇବ ଇପ୍ସିତ ବୌଦ୍ଧତ୍ବର ମୁକ୍ତି ? 

 ନିରବଚ୍ଛିନ୍ନ ବିବର୍ତ୍ତନେ ଏଠି ବଦଳୁଛି ପୃଥିବୀର ବାହ୍ୟ ଅଭ୍ଯନ୍ତର

ଜୀବନ ଜୀବିକାର ରଣାଙ୍ଗନେ ଶୁଭେ ଭୋକର ପଞ୍ଚଜନ୍ୟ ନିରନ୍ତର।


ଟିଟ୍ଲାଗଡର ମାଟିଠୁବି ବଳି ତତଲା ତା' ଭୋକ ସାମ୍ରାଜ୍ଯର ତାରବାଡ

ତଉଲି ଶିଖିନି ବୋଲି ଘାଟାରେ ସଉଦାକରେ କେତେ ବଣ ବିଲ ପାହାଡ

ଜାଗତିକରଣ ଉନ୍ମାଦରେ ଔଦ୍ୟୋଗିକ ପ୍ରଗତିର ଡିଣ୍ଡିମ ଶୁଭିଯାଏ

ଆଟଲାସ୍ ମାନଚିତ୍ରରୁ ଦେଖ ଭୋକର ନାଲି ନେଳି ଭୂଗୋଳ ଲିଭିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy