ମନର ଭାବନା
ମନର ଭାବନା
ନୁଆଁ ନୁଆଁ କଲମ ଧରି
ଶବ୍ଦର ଜାଲ ପରି କିଛି ମୁଁ ବୁଣୁଛି,
ଟେଢା ମେଢ଼ା ଶବ୍ଦ ସାଜି
ପାଠକ ମାନଙ୍କୁ ବିଚାର ରେ ବାନ୍ଧୁଛି ।
ମୁହଁରୁ କହି ହେଉ ନ ଥିବା କଥା
ସେ ଭାବକୁ ମୁଁ ଲେଖୁଛି,
ଯାହାକୁ ତମେ ଭାବୁଛ କବିତା
ମୋ ଅତୀତ ସେ କହୁଛି ।
ବହୁତ ଯତନରେ ଦବି ରହିଥିବା
ମୋ ଭାବକୁ କଲମ ରୋକି ଖୋଜୁଛି,
ମନ ରୁ ବାହାରୁଥିବା ଭାବକୁ
ମୁଁ କଲମରେ ଭରି କାଗଜରେ ଲେଖୁଛି ।
ମନର ବିଲରେ
ଏହି ଛିଟା ସେହିରେ
କଲମକୁ ଭିଜାଇ
କାଗଜରେ ମୁଁ ଚଲାଉଛି ।
କାମ ଥାଇ ବି ମନରେ ଖାଲି
ଏହି ସବୁ କଣ ଘୁରୁଛି,
ଲେଖି ଲେଖି ମୁଁ କଣ ଯେ କରିବି
ଭାବି ଭାବି ଦିନ ମୋର ଯାଉଛି ।
