STORYMIRROR

CHITTARANJAN DEHURY

Abstract Romance Tragedy

3  

CHITTARANJAN DEHURY

Abstract Romance Tragedy

ଦିଅ ନାହିଁ

ଦିଅ ନାହିଁ

1 min
186

ଦିଅ ନାହିଁ ସେଇ କ୍ଷତ ଭରିଯିବ ଯିଏ

ଦିଅ ନାହିଁ ସେଇ ଲୁହ ଝରିଯିବ ଯିଏ ।


ଫେରି ଆସି ତୁମେ କୁହ ଦେବ କି ପ୍ରମାଣ

ଦିଅ ନାହିଁ ସେଇ ଆଶା ମରିଯିବ ଯିଏ ।


ଆଉ ନାହିଁ ମୋର ଏଇ ସାହସେ ଜୀବନ

ଦିଅ ନାହିଁ ସେ ସାହସ ଡରିଯିବ ଯିଏ ।


ଭଲପାଏ ବୋଲି ମୁହିଁ ସିନା ସାଗରକୁ

ଦିଅ ନାହିଁ ସେ ଲହଡ଼ି ଫେରିଯିବ ଯିଏ ।


ସନ୍ଦେହ ତ ଗୋଟେ କାଳକୁଟର ସ୍ୱରୂପ

ଦିଅ ନାହିଁ ସେଇ ବିଷ ଚରିଯିବ ଯିଏ ।


କହେ ମୁନ୍ନା ଶିଖିଲାଣି ସହିବାକୁ ଦୁଃଖ

ଦିଅ ନାହିଁ ସେଇ ଦୁଃଖ ସରିଯିବ ଯିଏ ।


Rate this content
Log in

Similar oriya poem from Abstract