STORYMIRROR

CHITTARANJAN DEHURY

Inspirational

3  

CHITTARANJAN DEHURY

Inspirational

ଦ୍ୱିତୀୟ ଈଶ୍ୱର

ଦ୍ୱିତୀୟ ଈଶ୍ୱର

1 min
234


ଜ୍ୱଳନ ତା' ଭାରି ଆପଣାର !

ପୋଛିବାକୁ ଦାଗ କଳଙ୍କର

ନାଶିବାକୁ ସମୂଳେ ଅନ୍ଧକାର ।


ବହୁଥାଏ ସ୍ୱେଦ କପାଳର

ଧୋଇବାକୁ କଳଙ୍କ ଭାସ୍ୱର

ଜ୍ୱଳନ ତା' ଭାରି ଆପଣାର !


ଅର୍ଦ୍ଧକୁଞ୍ଚ ଶିରାଳ ଶରୀର

ପୂର୍ଣ୍ଣଗର୍ଭା ବାରୁଦ ଭଣ୍ଡାର

ନାଶିବାକୁ ସମୂଳେ ଅନ୍ଧକାର ।


ନିସତବିହୀନ ସେ ଅମର

ଭୋକହୀନ, ତୃଷ୍ଣାହୀନ ଉଦର

ଜ୍ୱଳନ ତା' ଭାରି ଆପଣାର !


ଲଜ୍ଜାହୀନ, ମାଗେ ବାରମ୍ବାର

ଲେପିବାକୁ ହସରେ ଅଧର

ନାଶିବାକୁ ସମୂଳେ ଅନ୍ଧକାର ।


କିଏ କହେ ପିତା ସ୍ୱର୍ଗ ମୋର

ମୁଁ କହେ ସେ ଦ୍ଵିତୀୟ ଈଶ୍ୱର

ଜ୍ୱଳନ ତା' ଚିର ସହଚର !

ନାଶିବାକୁ ସମୂଳେ ଅନ୍ଧକାର ।



Rate this content
Log in

Similar oriya poem from Inspirational