STORYMIRROR

CHITTARANJAN DEHURY

Abstract Romance Classics

4  

CHITTARANJAN DEHURY

Abstract Romance Classics

ଅଭିମାନ ଫେଡ଼ ମଉନାବତୀ

ଅଭିମାନ ଫେଡ଼ ମଉନାବତୀ

1 min
329


   

ମେଞ୍ଚାଏ ବାଦଲ ଘୋଟି ମୁଖାକାଶେ ଦିଶେ ପ୍ରାୟେ ତମାଚ୍ଛନ୍ନ 

ମନ୍ଦ ମନ୍ଦ ହସ ଦର୍ଶନଭିଳାସ ଲାଗି  ଆଜ  ପ୍ରାଣୋଚ୍ଛନ୍ନ ।


ମଉନାବତୀ ଗୋ ମଉନ-ରାଗରେ ନ କରି ତୁମ୍ଭେ ଗୁମାନ

ମୁନ୍ଦେ ହେଉ ସୁଦ୍ଧା ଦିଅ ପ୍ରେମ ବାରି ବର୍ଷି, ଭାଙ୍ଗି ଅଭିମାନ ।

ମଳୟ ପରଷେ ନବ-ଦୁର୍ବାଦଳେ ଭରିଛି ସତେ ପରାଣ

ମଧୁର ତାନରେ କୋକିଳ ଶୁଣାଏ ପ୍ରୀତି ପ୍ରଣୟର ଗାନ ।।


ମଣିବନ୍ଧେ ଛନ୍ଦି ମଣିବନ୍ଧ; ନିଅ ନାହିଁ ଆଗୋ ପରୀକ୍ଷଣ

ମୟୂରଚନ୍ଦ୍ରିକା ବାରେ ତୋଳ ଆସି ତେଜି ନୀରବ ରୋଦନ ।


ମରୁଭୂମି ସତେ ପ୍ରତୀତ ହୁଅଇ ତୁମ୍ଭ ଓଷ୍ଠ ଉପବନ

ମଧୁର ଆଳାପେ କରି ବାଣୀ ବନ୍ୟା, ହୃଦ ଜ୍ୱାଳା ପ୍ରଶମନ ।

ମୁଠା ମୁଠା ଫଲ୍ଗୁ ବୁଣି ଦେହ ସାରା ଭ୍ରମିତ କରା' ଫଗୁଣ

ମରୀଚିକା ଯେହ୍ନେ ନ ହୋଇ ପ୍ରେୟସୀ ସାଜ ବୈଶାଖେ ଶ୍ରାବଣ ।।


ମନେ ଭରିଦିଅ ପ୍ରୀତିର ପୁଲକ ସ୍ମୃତି କରି ରୋମନ୍ଥନ

ମଞ୍ଜୁର ହେଉ ଆବେଦନ ମୋର, ସଂଶୟକୁ କର ମୋଚନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract